ଏଡିସ ମଶା ବଂଶବୃଦ୍ଧି ରୋକିବା ପାଇଁ ଘର ଓ ଆଖପାଖ ଅଞ୍ଚଳକୁ ପରିଷ୍କାର ରଖନ୍ତୁ – ନିରଞ୍ଜନ ମିଶ୍ର

ଭୁବନେଶ୍ୱର:  ଡରାଇଲାଣି ଡେଙ୍ଗୁ , ଏବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିବାରେ ଆମେ ଜାଣିଛେ । କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ସଂଖ୍ୟା ଅଧିକ ଓ ପଜଟିଭ ସଂଖ୍ୟା ବହୁତ କମ୍ ରହିଛି । ମୋଟ 16 ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାର 96 ଜଣ ପଜିଟିଭ ଓ ଯାଜପୁର ରେ 12 ଜଣ, ବାଲେଶ୍ୱରରେ 10 ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ 185 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି ।ବର୍ତ୍ତମାନ ସୁଦ୍ଧା 11,464 ଜଣ ଟେଷ୍ଟ କରାଯାଇଛି । ସେଥିରୁ 185 ଜଣ ପଜିଟିଭ ଅଛନ୍ତି ।

ଗତବର୍ଷ ଏ ସମୟକୁ 5981 ଜଣଙ୍କୁ ଟେଷ୍ଟ କରାଯାଇଥିଲା । ସେଥିରୁ 353 ଜଣ ପଜେଟିଭ ବାହାରିଥିଲେ  । ଯାହା ଏବର୍ଷ ତୁଳନାରେ ବହୁତ କମ୍ ଅଛି । ଏଡିସ ମଶା ସାଧାରଣତଃ ସକାଳ ଓ ସଂଧ୍ୟା ସମୟରେ କାମୁଡନ୍ତି, ଶୋଇବା ଅବସ୍ଥାରେ ନୁହେଁ । ଏଡିସ ମଶା ମାନେ ସ୍ୱଚ୍ଛ ନିର୍ମଳ ପାଣିରେ ବଂଶ ବିସ୍ତାର କରନ୍ତି । ଆମକୁ ସେସବୁ ସଫା କରିବାକୁ ହେବ ଯେଉଁଥିରେ ସେମାନେ ବଂଶ ବିସ୍ତାର କରନ୍ତି, କୁଲର,ଟିଣ,କୁଡୁଆ ଆଦି ଜିନିଷରେ ପାଣି ଜମିବାକୁ ଦେବା ନାହିଁ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Spread the love