ରାଜ୍ୟରେ ଏବେ ସୁଦ୍ଧା ବର୍ଷା ଅଭାବ

ରାଜ୍ୟରେ ବ୍ରେକ୍ ଫେଜରେ ରହିଛି ମୌସୁମୀ ବର୍ଷା । ଆଜି ଯାଏଁ ସ୍ୱାଭାବିକ ବର୍ଷା ତୁଳନାରେ ପାଖାପାଖି ୯୦ ପ୍ରତିଶତ କମ ରହିଛି ବର୍ଷାର ପରିମାଣ । ଚଳିତ ବର୍ଷ ୧ ଜୁନ୍‌ରୁ ୩ ଜୁଲାଇ ମଧ୍ୟରେ ରାଜ୍ୟରେ ୧୬୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୨୯% କମ ।ଆଜି ରାଜ୍ୟର ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତୋଟି ଜିଲ୍ଲାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଆଜି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Spread the love