ମହିଳା ଶୁଟର ବର୍ତ୍ତିକା ସିଂ ଅମିତ ଶାହାଙ୍କୁ ରକ୍ତରେ ଚିଠି

ନିର୍ଭୟା ମାମଲାର ଦୋଷୀଙ୍କୁ ମହିଳାଙ୍କ ହାତରେ ଫାଶୀ ଦେବାକୁ ସେ ଉକ୍ତ ଚିଠିରେ ଅନୁରୋଧ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିର୍ଭୟା ମାମଲାର ଦୋଷୀଙ୍କୁ ବର୍ତ୍ତିକା ନିଜ ହାତରେ ଫାଶୀ ଦେବାକୁ ଚାହୁଥିବା ଲେଖି ଜଣାଇଛନ୍ତି।

ସେ କହିଛନ୍ତି ଯଦି ଜଣେ ମହିଳା ଉକ୍ତ ଦୋଷୀଙ୍କୁ ଫାଶୀ ଦେବେ ତେବେ ଏହା ସାରା ଦେଶକୁ ବାର୍ତ୍ତା ଦେବ ଯେ ଜଣେ ମହିଳା ବି ଫାଶୀ ଦେଇପାରନ୍ତି। ଏଥିପାଇଁ ମହିଳା କଳାକାର ଓ ଏମ୍‌ପି ମୋତେ ସମର୍ଥନ କରନ୍ତୁ ବୋଲି ସେ କହିଛନ୍ତି। ଏମିତି ହେଲେ ସମାଜରେ ପରିବର୍ତ୍ତନ ଆସିବ ବୋଲି ସେ ଆଶା ରଖିଥିବା ପ୍ରକାଶ କରିଛନ୍ତି।

Spread the love