ପ୍ଲାଷ୍ଟିକ୍ ଦେଲେ ମିଳିବ ଆହାର

ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଠନ ପାଇଁ ବିଏମସି ଆଣ୍ଟା ଭିଡିଛି। ଏଣିକି ଅଧା କିଲୋ ବର୍ଜ୍ୟ ପ୍ଲାଷ୍ଟିକ ଦେଲେ  ଆହାର କେନ୍ଦ୍ରରେ ମିଳିବ ମିଲ । ଭୁବନେଶ୍ୱରକୁ ପ୍ଲାଷ୍ଟିକମୁକ୍ତ କରିବା ସହ ଗରୀବ ଲୋକଙ୍କ ଖାଦ୍ୟ ଯୋଗାଇବାକୁ ଏକ ଅଭନବ ଉପାୟ କରିଛି ଭୁବନେଶ୍ୱର ମହାନଗର ନିଗମ ।

ମୁଁ ସଫେଇବାଲା କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଏକ ପଦକ୍ଷେପ । ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ  ଭୁବନେଶ୍ୱର ମହାନଗର ନିଗମ, ୟୁଏନଡିପି ଓ ଟଚ ଟନ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ କରାଯାଇଛି ଏହି କାର୍ଯ୍ୟ । ଆଜି ଠାରୁ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଆସୁଥିବା ଆହାର କେନ୍ଦ୍ରରେ ଜଣେ ଅଧା କିଲେ ପିଆଜ ଦେଇ ଆହାର କେନ୍ଦ୍ରରୁ ଗୋଟିଏ ମିଲ ଖାଇପାରିବେ । ଭୁବନେଶ୍ୱରର ପ୍ରତି ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ଓଜନ ପାଇଁ ବ୍ୟବସ୍ଥା କରାଯାଇଛି । ଲୋକେ ଯେଉଁଠି ସେଇଠିି ଫୋପାଡ଼ୁଥିବା ପ୍ଲାଷ୍ଟିକ ବଦଳରେ ଗୋଟିଏ ଆହର ।

Spread the love