ସହମତିରେ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ : ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ଓଡ଼ିଶା ହାଇକୋର୍ଟ

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୌଣସି ମନ୍ଦ ଉଦ୍ଦେଶ୍ୟ ନଥାଇ ବିବାହ ପ୍ରତିଶ୍ରୁତି ଆଧାରରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ରାୟ ଦେଇଛନ୍ତି କୋର୍ଟ । ଆର୍ଥାତ୍ ଉଭୟ ପକ୍ଷ ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି କୌଣସି କାରଣରୁ ପ୍ରତିଶ୍ରୁତି ପାଳନ କରିନପାରିଲେ ଏହା ଦୁଷ୍କର୍ମ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂଣ୍ଣ ରାୟ ଦେଇଛନ୍ତି ।ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ବିବାହ ନକରିବା କାରଣରୁ ଭୁବନେଶ୍ୱରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ସ୍ଥାନୀୟ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଏଥିରେ ପୋଲିସ ପୁରୁଷ ବନ୍ଧୁ ମନୋରଂଜନ ଦାସଙ୍କ ବିରୋଧରେ ଧାରା ୩୭୬ରେ ମାମାଲା ରୁଜୁ କରିଥିଲା ।

ଏହି ମାମଲାକୁ ଚ୍ୟାଲେଂଜ କରି ଆବେଦନକାରୀ ମନୋରଂଜନ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି କହିଛନ୍ତି ବିବାହ ପାଇଁ ଭଲ ମନରେ ଜଣଙ୍କୁ ପ୍ରତିଶ୍ରୁତି ଦେଇ ପରେ ଭାଙ୍ଗିଦେବା ଏବଂ ବିବାହ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେବା କେବେ ସମାନ କଥା ନୁହେଁ ।ତେଣୁ ଏହି ମାମଲାରେ ଆବେଦନକାରୀଙ୍କ ବିରୋଧରେ ଦଫା ୩୬୭ ଲାଗୁ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ମତଦେଇଛନ୍ତି । ଅଭିଯୋଗରୁ ଜଣାପଡ଼ିଛି, ମନୋରଞ୍ଜନ ଦାସଙ୍କ ସହ ସମ୍ପୃକ୍ତ ମହିଳାଙ୍କ ନିବିଡ଼ ସମ୍ପର୍କ ଥିଲା । ଏହି ମମ୍ପର୍କ ଆରମ୍ଭ ବେଳକୁ ସମ୍ପୃକ୍ତ ମହିଳାଙ୍କର ତାଙ୍କ ସ୍ୱାମୀଙ୍କ ସହ ଛାଡ଼ପତ୍ର ହୋଇନଥିଲା । ପରବର୍ତ୍ତୀ ସମୟରେ ମନୋରଞ୍ଜନ ଦାସ ମହିଳାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ।

Spread the love