ବିଜେପିରେ ସାଂଗଠନିକ ଅଦଳବଦଳ ଜାରି, ୯ ନେତାଙ୍କୁ ୪ ରାଜ୍ୟ ଦାୟିତ୍ବ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସେଥିପାଇଁ ସାଂଗଠନିକ ସ୍ତରରେ ବ୍ୟାପକ ପରିବର୍ତ୍ତନ କରାଯାଉଛି ।

ଦଳ ଶୁକ୍ରବାର  ୪ଟି ରାଜ୍ୟର ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛି । ରାଜସ୍ଥାନରେ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ନୀତିନ ପଟେଲ ଓ କୁଲଦୀପ ବିଷ୍ଣୋଇଙ୍କୁ ସହ ପ୍ରଭାରୀ ଭୂମିକାରେ ଦେଖିବାକୁ ମିଳିବ । ଛତିଶଗଡ଼ରେ ଓପି ମାଥୁରଙ୍କୁ ପ୍ରଭାରୀ ଓ ମନସୁଖ ମାଣ୍ଡଭିୟାଙ୍କୁ ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିଭଳି ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟପ୍ରଦେଶ ପ୍ରଭାରୀ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ସହପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରକାଶ ଜାଭଡେକରଙ୍କୁ ତେଲେଙ୍ଗାନା ଦାୟିତ୍ୱ ଦିଆଯାଇଛି । ସୁନୀଲ ବଂଶଲ ତାଙ୍କ ଅଧୀନରେ ସହପ୍ରଭାରୀ ଭାବେ କାର୍ଯ୍ୟ କରିବେ । ଏହି ୪ଟି ରାଜ୍ୟରେ ଚଳିତ ବର୍ଷ ଶେ, ଆଡ଼କୁ ବିଧାନସଭା ନିର୍ବାଚନ ହେବ ।

କିଛି ଦିନ ତଳେ ବିଜେପି ପକ୍ଷରୁ କେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ଝାଡ଼ଖଣ୍ଡର ରାଜ୍ୟ ସଭାପତିକୁ ବଦଳାଇଥିଲା । ପଞ୍ଜାବରେ ସୁନୀଲ ଜାଖର, ତେଲେଙ୍ଗାନାରେ ଜି. କିଶନ ରେଡ୍ଡୀ, ଆନ୍ଧ୍ରରେ ଡି ପୁରନ୍ଦେଶ୍ୱରୀ ଓ ଝାଡ଼ଖଣ୍ଡର ବାବୁଲାଲ ମାରାଣ୍ଡିଙ୍କୁ ରାଜ୍ୟ ସଭାପତି ଦାୟିତ୍ବ ଦିଆଯାଇଥିଲା ।

Spread the love