ପ୍ରତି ମାସ ବରିଷ୍ଠ ଅଧିକାରୀ ବିଭିନ୍ନ ଡ଼ିସକମ ବୁଲି ‘ଟାଟା ପାୱାର’ କାର୍ଯ୍ୟର ସମୀକ୍ଷା କରିବେ: ଓଇଆରସି

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍‌ ବିଭ୍ରାଟ ନେଇ ଆସନ୍ତା ବର୍ଷ ଯେପରି ଏ ବର୍ଷ ଭଳି ଅବସ୍ଥା ନ ହୁଏ ସେନେଇ ଓଇଆରସି ତାଗିଦ୍‌ କରିଛି। ଟାଟା ପାୱାରର ବାର୍ଷିକ ପ୍ରଦର୍ଶନୀ ସମୀକ୍ଷା ପରେ ଓଇଆରସି ତାଗିଦ୍‌ କରିଛି। ଓଇଆରସି ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ, ନିର୍ଦ୍ଧିଷ୍ଟ ସମୟ ଭିତରେ ସାରିବାକୁ କିଛି ନିର୍ଦେଶ ଦିଆଯାଇଛି। ଆଗକୁ ପ୍ରତି ମାସ ବରିଷ୍ଠ ଅଧିକାରୀ ବିଭିନ୍ନ ଡ଼ିସକମ ବୁଲି ଟାଟା ପାୱାର କାର୍ଯ୍ୟର ସମୀକ୍ଷା କରିବେ। ଭିତ୍ତିଭୂମି ପାଇଁ ଦିଆଯାଇଥିବା ୧୯ ଶହ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ ହେବ। ଓଇଆରସିର ନିରୀକ୍ଷଣରେ ଏହି ଅଡିଟ ହେବ। ଭିତିଭୂମି ପାଇଁ ୫ ବର୍ଷରେ ୫ ହଜାର ୬୦୦ କୋଟି ଟଙ୍କା ଟାଟା ପାୱାରକୁ ଦିଆଯିବ। ଏହା ମଧ୍ୟରୁ ସେମାନେ ୧୯୦୦ କୋଟି ଟଙ୍କା ଟାଟା ପାୱାର ଖର୍ଚ୍ଚ କରିଛି।ଅନ୍ୟପଟରେ ଟାଟା ପାୱାର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଅରବିନ୍ଦ ସିଂ କହିଛନ୍ତି, କାଳବୈଶାଖୀ ଯୋଗୁଁ ବାରମ୍ବାର ପାୱାର ଟ୍ରିପ ହୋଇଛି। ଚଳିତ ବର୍ଷ ୨୩୭ଟି କାଳବୈଶାଖୀ ହୋଇଛି। ସିଷ୍ଟମରେ ସୁଧାର ପାଇଁ ଆମେ ଚେଷ୍ଠା କରୁଛୁ। ଆସନ୍ତା ବର୍ଷକୁ ନେଇ ଆମକୁ ଯାହା ଟାସ୍କ ଦିଆଯାଇଛି ସେ ନେଇ କାମ କରିବୁ। ଭିତିଭୂମିକୁ ନେଇ ମଧ୍ୟ ଆମେ କାର୍ଯ୍ୟ କରୁଛୁ। ସରକାର ଦେଇଥିବା ଟଙ୍କାକୁ ବିଭିନ୍ନ ଓଭର ଲୋଡ଼କୁ ନେଇ ଆମର କୌଣସି ଅସୁବିଧା ନାହିଁ।

Spread the love