ବିଗ୍ ବିଙ୍କଠାରୁ ପ୍ରେରଣା ନିଅନ୍ତି ସୁନୀଲ ସେଟ୍ଟୀ, ଏହି ଗୁଣ କରିଛି ପ୍ରଭାବିତ

ମୁମ୍ବାଇ: ୬୧ବର୍ଷ ବୟସରେ ଫିଟ୍ ଥିବାରୁ ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ। ତାଙ୍କ ବୟସ ବଢ଼ୁଥିଲେ ବି ସେ ନିଜର ଫିଟନେସ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତେବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା ସୁନୀଲ କାହାଠାରୁ ପ୍ରେରଣା ନିଅନ୍ତି ଆପଣ ଜ‌ାଣନ୍ତି କି? ନିକଟରେ ଏକ ସାକ୍ଷାତକାରରେ ସୁନୀଲ ଏବିଷୟରେ ପ୍ରକାଶ କରି କହିଛନ୍ତି ଯେ, ସେ ଅମିତାଭ ବଚ୍ଚନଙ୍କଠାରୁ ପ୍ରେରଣା ନିଅନ୍ତି। ମିଡ-ଡେକୁ ଦେଇଥିବା ଏକ ସାକ୍ଷାତକାରରେ ସୁନୀଲ ସେଟ୍ଟୀ ବିଗ୍ ବିଙ୍କୁ ପ୍ରଶଂସା କରିବା ସହ ତାଙ୍କ ସ୍ୱାସ୍ଥ୍ୟକୁ ‘ହ୍ୟାକ୍’ କରିବାକୁ ଇଚ୍ଛା ରଖିଥିବା କହିଥିଲେ। ବିଗ୍ ବିଙ୍କ ଶକ୍ତି ଏବଂ ମାନସିକତାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କହିଥିଲେ ଯେ, ବ୍ୟକ୍ତିଗତ ଜୀବନରେ ଯେତେ ବଡ଼ ସମସ୍ୟା ଥିଲେ ବି ଏହାର ପ୍ରଭାବ ସେ କାମ ଉପରେ ପଡ଼ିବାକୁ ଦିଅନ୍ତି ନାହିଁ। ସେ ଜଣେ ଏଭଳି ମଣିଷ ଯିଏ ମୋତେ ସବୁବେଳେ ପ୍ରେରିତ କରନ୍ତି। ତାଙ୍କ ମାନସିକତା ଓ ଶକ୍ତି ମୋତେ ଆଶ୍ଚର୍ଯ୍ୟ କରେ। ସେ କିଭଳି ଅତି ସହଜରେ ସବୁ କିଛି ସମ୍ଭାଳି ନିଅନ୍ତି, ତାହା ଦେଖି ମୁଁ ଅନେକ ସମୟରେ ଅଶ୍ଚର୍ଯ୍ୟ ହୁଏ। ଏତେ ବର୍ଷ ବୟସରେ ତାଙ୍କୁ ଏଭଳି ସକ୍ରିୟ ହୋଇ କାମ କରୁଥିବାର ଦେଖି ମୋତେ ଅଧିକ କାମ କରିବାର ପ୍ରେରଣା ମିଳେ।

Spread the love