ମୁକୁଳା ଡ୍ରେନ ନେଲା ଯୁବକଙ୍କ ଜୀବନ: ଘରକୁ ଫେରୁଥିବା ବେଳେ ଘଟିଲା ଅଘଟଣ

କଟକ: ମୁକୁଳା ଡ୍ରେନ ନେଲା ଜୀବନ। କଟକରେ ଲଘୁଚାପଜନିତ ବର୍ଷା ଲାଗି ରହିଥିଲା ବେଳେ ଗତକାଲି ଏକ ଘଟିଛି ଏହି ଅଭାବନୀୟ ଘଟଣା। ଡ୍ରେନରେ ପଡ଼ି ପ୍ରାଣ ହରାଇଛନ୍ତି ୨୨ ବର୍ଷୀୟ ଯୁବକ। ତେବେ ଏହାକୁ ନେଇ କଟକ ମହାନଗର ନିଗମର କାର୍ଯ୍ୟକାରିତା ଉପରେ ଉଠିଛି ବଡ଼ ପ୍ରଶ୍ନ। ତେବେ ଘଟଣାଟି ଏପରି ଥିଲା… ଗତକାଲି କଟକ ମହାନଗରନିଗମର ୨୬ ନମ୍ବର ୱାର୍ଡ ଅନ୍ତର୍ଗତ ଝୋଲାସାହିରେ ରହୁଥିବା ରାହୁଲ କାମ ସାରିକି ଘରକୁ ଫେରୁଥିଲା ବେଳେ ହଠାତ ଫୋର କେୟାର ହସ୍ପିଟାଲ ନିକଟରେ ଥିବା ଏକ ମୁକୁଳା ଡ୍ରେନରେ ପଡ଼ିଯାଇଥିଲେ। ଏହାପରେ ଗୁରୁତର ଅବସ୍ଥାରେ ସେ ଉଦ୍ଧାର ହେବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣା ଘଟିବା ପରେ ଆଜି ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ପରିବାର। ଅନ୍ୟପଟେ ଆଜି ରାହୁଲଙ୍କ ମୃତ ଶରୀରକୁ ବ୍ୟବଛେଦ କରାଯିବା ପରେ ରାଜସ୍ଥାନ ପଠାଯିବା ନେଇ  ସ୍ଥାନୀୟ କର୍ପୋରେଟର ଗଗନ ଓଝା ସୂଚନା ଦେଇଛନ୍ତି।

Spread the love