ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ୟୁନିଟ୍‌ ୨ ମାର୍କେଟ୍‌ ବିଲ୍ଡିଂ ବନ୍ଦ

ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦର ସମାଧାନ ହେଲାନି । ଶେଷରେ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ କରିଦିଆଯାଇଛି । ପ୍ରତିବାଦରେ ଆଜିଠୁ ୧୬୫ ବ୍ୟବସାୟୀ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି । ଭୁବନେଶ୍ୱରର ସବୁଠୁ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ । ଏଠାକୁ ମାର୍କେଟିଂ କରିବା ପାଇଁ ଭୁବନେଶ୍ୱରର ସବୁ ଦିଗରୁ ଲୋକେ ଆସିଥାନ୍ତି । ସର୍ବଦା ଭିଡ ଏଠାରେ ଦେଖିବାକୁ ମିଳିଥାଏ । ଦୋକାନୀଙ୍କ ବିବାଦର ସମାଧାନ ନ ହେବାରୁ ମାର୍କେଟ୍‌ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ପ୍ରକାଶଯୋଗ୍ୟ, ସମସ୍ୟାର ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା ।

Spread the love