ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନରେ ନିଆଁ, ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା ସୂଚନା

ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନରେ ନିଆଁ ଲାଗିଛି । ଟ୍ରେନର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା ଜଣେ ରେଳ ଅଧିକାରୀ ସୂଚନା ଦେଇଛନ୍ତି । ସୋମବାର ଦିନ ସକାଳ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନର ଏକ କୋଚର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଛି । ଏହି କୋଚରେ ୨୦-୨୨ ଜଣ ଯାତ୍ରୀ ଥିଲେ, ସେମାନଙ୍କୁ ତରନ୍ତ ଅନ୍ୟ ଏକ କୋଚକୁ ସିଫ୍ଟ କରାଯାଇଛି । ତେବେ ଘଟଣାରେ କେହି ଆହତ ହୋଇନାହାନ୍ତି ।

ଖବର ମୁତାବକ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ନୂଆଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନର ସି-୧୨ କୋଚର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା କିଛି ରେଳ ଅଧିକାରୀ ଦେଖିବାକୁ ପାଇଥିଲେ । ଏହାପରେ ରାଣୀ କମଳାପତି-ହଜରତ ନିଜାମୁଦିନ ବନ୍ଦ ଭାରତ ଟ୍ରେନକୁ ବିଦିଶା ଜିଲ୍ଲାର କୁରଓ୍ଵାଇ ଏବଂ କେଥୋରା ଷ୍ଟେସନ ମଧ୍ୟରେ ରୋକି ଦିଆଯାଇଥିଲା । ଏହା ଜାଣିବା ପରେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିଲା । ତୁରନ୍ତ ନିଆଁ ଲାଗିବା ପରେ ଲୋକମାନଙ୍କୁ ସେ କୋଚରୁ ସିଫ୍ଟ କରାଯାଇଥିଲା । ତେବେ ଘଟଣାରେ କେହି ମୃତାହତ ହୋଇନାହାନ୍ତି ବୋଲି ରେଳ ଅଧିକାରୀ କହିଛନ୍ତି । ଏଭଳି ଘଟଣା ସକାଳ ୬.୪୫ରେ ଘଟିଥିଲା ।

Spread the love