୯ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବା ପରେ ଘରକୁ ଫେରିଲେ ମୌନି, ବଢ଼ିଲା ପ୍ରଶଂସକଙ୍କ ଚିନ୍ତା

ମୁମ୍ବାଇ: ୯ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବା ପରେ ଘରକୁ ଫେରିଲେ ଜଣାଶୁଣା ଅଭିନେତ୍ରୀ ମୌନି ରଏ। ବଢ଼ିଲା ପ୍ରଶଂସକଙ୍କ ଚିନ୍ତା। ଅସୁସ୍ଥତା ହେତୁ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି। ମୌନିଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ଥିଲା ଯେ ତାଙ୍କୁ ଡାକ୍ତରଖାନାରେ ୯ଦିନ ବିତାଇବାକୁ ପଡିଥିଲା। ତେବେ ବର୍ତ୍ତମାନ ତାଙ୍କୁ ଡିସଚାର୍ଜ କରାଯାଇଛି। ଡିସଚାର୍ଜ ହେବା ପରେ ଅଭିନେତ୍ରୀ ଇନଷ୍ଟା ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଏବିଷୟରେ ଜଣାଇବା ସହ କିଛି ଫଟୋ ସେୟାର କରିଛନ୍ତି। ହଠାତ୍ ମୌନିଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ କେଉଁ କାରଣରୁ ମୌନି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ତାହା ଜଣାଇନାହାନ୍ତି।

ମୌନି କରିଥିବା ଇନଷ୍ଟା ପୋଷ୍ଟର କ୍ୟାପସନରେ ଲେଖାଯାଇଛି ଯେ, ‘ମୁଁ ୯ଦିନ ହସ୍ପିଟାଲରେ ଥିଲି। ମୁଁ ଭାବୁଛି ଯେ କୌଣସି ବିଷୟକୁ ନେଇ ମୁଁ ଯେତିକି ଚିନ୍ତା କରୁଥିଲି, ବର୍ତ୍ତମାନ ମୁଁ ଶାନ୍ତିରେ ଅଛି। ମୁଁ ଏବେ ଘରକୁ ଫେରି ଆସିଛି ବୋଲି ଜଣାଇ ବହୁତ ଖୁସି। ମୁଁ ଧୀରେ ଧୀରେ ସୁସ୍ଥ ହେଉଛି, କିନ୍ତୁ ଭଲ ଅବସ୍ଥାରେ ଅଛି। ମୁଁ ମୋର ଘନିଷ୍ଠ ଏବଂ ଅତି ପ୍ରିୟ ବନ୍ଧୁମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ଏହି ସମୟରେ ମୋର ଯତ୍ନ ନେଇଥିଲେ ଏବଂ ମୋତେ ବହୁତ ଭଲପାଇବା ଦେଇଥିଲେ।

Spread the love