କଂଗ୍ରେସରେ ମିଶିଲେ ଦୁଇ ଆଇଏଏସ ଓ ଦୁଇ ଓଏଏସ ଅଧିକାରୀ

ଭୁବନେଶ୍ୱର: ଆଜି କଂଗ୍ରେସରେ ରାଜ୍ୟର ଦୁଇ ଅବସରପ୍ରାପ୍ତ ଆଇଏଏସ ଓ ଓଏଏସ ଅଧିକାରୀ ମିଶିଛନ୍ତି | ଏହି ଦୁଇ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ହେଉଛନ୍ତି ପଞ୍ଚାନନ ଦାସ ଓ ବିଶ୍ୱନାଥ ଆଚାର୍ଯ୍ୟ | ସେହିପରି ଦୁଇ ଜଣ ଓଏଏସ ଅଧିକାରୀ ହେଉଛନ୍ତି ରବୀନ୍ଦ୍ରନାଥ ମିଶ୍ର ଓ ଉଦ୍ଧବ କର | କଂଗ୍ରେସରେ ଯୋଗଦେବା ପରେ ଅବସରପ୍ରାପ୍ତ ଅଧିକାରୀମାନେ କହିଛନ୍ତି ଯେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛୁ | କଂଗ୍ରେସରେ ଯୋଗ ଦେବା ପରେ ପଞ୍ଚାନନ ଦାସ କହିଛନ୍ତି ଯେ କଂଗ୍ରେସକୁ ଆସିବାର ଲକ୍ଷ୍ୟ ହେଉଛି ଗରିବ ଖଟିଖିଆଙ୍କ ପାଇଁ କାମ କରିବା l ସଂଘର୍ଷ କରି ଏପର୍ଯ୍ୟନ୍ତ ଆସିଛି l ମୋତେ ଦଳର କୌଣସି ଟିକେଟ ଦରକାର ନାହିଁ କି ମୁଁ ମାଗିବି ନାହିଁ l ମୁଁ ସ୍ୱଇଚ୍ଛାରେ ଲୋକଙ୍କ ପାଇଁ କାମ କରିବାକୁ ଆସିଛି |ଅନ୍ୟପଟେ ବିଶ୍ୱନାଥ ଆଚାର୍ଯ୍ୟ କହିଛନ୍ତି ଯେ ସମାଜରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି, ଲୋକମାନଙ୍କ ଆଶା ମଧ୍ୟ ରହିଛି, ସେହି ଉଦ୍ଦେଶ୍ୟରେ ମୁଁ କଂଗ୍ରେସ ଦଳରେ ସାମିଲ ହୋଇଛି |

ଅବସରପ୍ରାପ୍ତ ଓଏଏସ ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି ଯେ ବିଜେଡି ଦଳ ୱାନ ମ୍ୟାନ ଆର୍ମି, ପଲିଟିକାଲ ପାର୍ଟି ନୁହେଁ, ସେଥିପାଇଁ ମୁଁ କଂଗ୍ରେସରେ ମିଶିଲି | ଉଦ୍ଧବ କର କହିଛନ୍ତି ଯେ ତୃଣମୂଳ ସ୍ତରରୁ କାମ କଲେ କଂଗ୍ରେସ ଉଠିବ | ଗୋଡ଼ ଟଣାଟଣି ଛାଡି ସଠିକ ଭାବରେ କାମ କଲେ ଦଳ ଉଠିପାରିବ ଲ ଏହି ଅବସରରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ |

Spread the love