ସାପ କାମୁଡ଼ାରେ ମା ଗୁରୁତର, ଚାଲିଗଲା ଶିଶୁୁ ପୁତ୍ରର ଜୀବନ

ଉଦଳା: ସାପ କାମୁଡାରେ ଗୁରୁତର ହେଲା ମା, ଚାଲିଗଲା ଦେଢବର୍ଷ ଶିଶୁ ପୁତ୍ରର ଜୀବନ | ମୟୁରଭଞ୍ଜ ଜିଲ୍ଲାର ଶରତ ଥାନା କଟୁରିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି | କଟୁରିଆ ଗ୍ରାମର ମିନତୀ ମହାକୁଡ ନିଜର ଦେଢବର୍ଷର ଶିଶୁ ପୁତ୍ରକୁ ଧରି ଗତକାଲି ରାତିରେ ଘରେ ଶୋଇଥିଲେ। ଆଉ ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଉଭୟ ମା ଏବଂ ପୁଅକୁ କାମୁଡିଦେଇ ଥିଲା ମିନତୀଙ୍କ ସ୍ୱାମୀ ଏବଂ ପରିବାର ଲୋକେ ଏହା ଜାଣି ଆଜି ସକାଳ ସମୟରେ ଉଭୟ ମା ଏବଂ ପୁଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ଦେଢବର୍ଷ ଶିଶୁ ପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ | ଅନ୍ୟପଟେ ମାଆ ମିନତୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏବାବଦରେ ଜଣାପଡିବା ପରେ କଟୁରିଆ ଗ୍ରାମରେ ଶୋକର ଲହରୀ ଖେଳିଯାଇଛି |

Spread the love