ମୋଦୀ ଶାସନରେ ମଣିପୁର ଓ ଦେଶରେ ମହିଳା ଅସୁରକ୍ଷିତ

ଭୁବନେଶ୍ୱର : ଆଜି ପ୍ରଦଶେ ଛାତ୍ର କଂଗ୍ରେସ ସଭାପତି ସୟଦ୍ ୟାସିର ନୱାଜଙ୍କ ନେତୃତ୍ୱରେ ମଣିପୁର ହିଂସା କାଣ୍ଡ, ହତ୍ୟା, ମହିଳାଙ୍କୁ ଉଲଗ୍ନ ଏବଂ ଦୁଷ୍କର୍ମ ତଥା ସାରା ଦେଶରେ ବିଜେପି, ଆରଏସ୍‌.ଏସ୍‌, ଏବିଭିପିର ମହିଳାଙ୍କ ପ୍ରତି ଆଚରଣ ଓ ଅତ୍ୟାଚାର ବିରୁଦ୍ଧରେ ଏକ କ୍ୟାଣ୍ଡଲ ମାର୍ଚ୍ଚ ସଂନ୍ଧ୍ୟା ବେଳେ କଂଗ୍ରେସ ଭବନରୁ ବାହାରି ରାମମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ରାମ ମନ୍ଦିର ଠାରେ ସମସ୍ତ ଛାତ୍ର କଂଗ୍ରେସର କର୍ମକର୍ତା, କର୍ମୀ ଓ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତୃବୃନ୍ଦ କ୍ୟାଣ୍ଡଲ ଲଗାଇ ମଣିପୁର ହିଂସାରେ ଜୀବନ ହରାଇଥିବା ସାଧାରଣ ଜନତାଙ୍କର ଆତ୍ମାର ସଦ୍‌ଗତି ପାଇଁପ୍ରାର୍ଥନା କରିଥିଲେ । ଶୀଘ୍ର ମଣିପୁର ଠାରେ ହିଂସା ବନ୍ଦ ହେବା ପାଇଁ ଭଗବାନଙ୍କ ପାଖରେ ମିନତି କରିଥିଲେ । ଏହି ପରିପ୍ରେକ୍ଷିରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ, ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ ନିଘୋଡ଼ ନିଦରେ ଶୋଇଛନ୍ତି । ଦଙ୍ଗା କ୍ଷତିଗ୍ରସ୍ତ ମଣିପୁରବାସୀଙ୍କ ପାଇଁ ମୋଦୀଙ୍କ ହୃଦୟରେ ଦରଦ ନାହିଁ ।

ମଣିପୁରରେ ଓ ଭାରତରେ ମୋଦୀ ଶାସନରେ ମହିଳା ଅସୁରକ୍ଷିତ ଓ ଲୁଣ୍ଠିତ । ମଣିପୁର ହିଂସାକାଣ୍ଡକୁ ବିଜେପି
ଆରଏସ୍‌ଏସ୍‌, ଏବିଭିପି ତଥା ମୋଦୀ ସରକାର ଉଷ୍‌କାଉଛନ୍ତି । ମଣିପୁର ହିଂସାକାଣ୍ଡ ପରେ ଗୋଟିଏ ଦିନ ପରେ ଦୁଇଜଣ ମହିଳାଙ୍କ ଉଲଗ୍ନ କରି ରାସ୍ତାରେ ଚଲାଇବା ସହ ଗଣଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାରେ ମଣିପୁର ପୋଲିସ୍ଦୁଷ୍କର୍ମକାରୀ ଓ ଦଙ୍ଗାକାରୀଙ୍କ ସପକ୍ଷରେ ରହିଛନ୍ତ । ଘଟଣାକୁ ଚପାଇ ଦିଆଗଲା ଏବଂ ଦୁଇମାସ ପରେ ଘଟଣାର ପର୍ଦାଫାସ ହେଲାପରେ ସାରା ଦେଶ ମୋଦୀ ସରକାର ଏବଂ ମଣିପୁର ସରକାରଙ୍କର ଅସଲସ୍ୱରୂପ ଦେଖିଲେ ।
ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଅମିତ ଶାହା ଯିଏକି ବିଗତ ଦିନରେ ଦଙ୍ଗା କରିବାର ଅଭିଜ୍ଞତା ଅର୍ଜନ କରିଥିଲେ, ମଣିପୁର
ଦଙ୍ଗାକୁ ସିଏ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଜଣାପଡ଼ୁଛି । ଅନ୍ୟପକ୍ଷରେ ସାରା ଦେଶରେ ଯେଉଁଠାରେ ମହିଳା ଦୁଷ୍କର୍ମ, ହତ୍ୟା କିମ୍ବା ଅତ୍ୟାଚର ଘଟଣା ଲୋକ ଲୋଚନକୁ ଆସୁଛି, ସବୁଥିରେ ବିଜେପି, ଏବିଭିପି ଓ ଆରଏସ୍‌.ଏସ୍ ସଭ୍ୟମାନଙ୍କର ସଂପୃକ୍ତ ରହିଛନ୍ତି । ଦିଲ୍ଲୀରେ ମହିଳା ମଲ୍ଲଯୋଦ୍ଧାଙ୍କୁ ଅତ୍ୟାଚାର ଘଟଣା, ଉନାଓ, କାଠୁଆ, ହାଥରାସ୍‌, ଯୋଧୁପୁର ପ୍ରଭୂତି ଘଟଣାରେ ମହିଳା ଦୁଷ୍କର୍ମ ଓ ହତ୍ୟା ପ୍ରଭୃତିରେ ସେମାନଙ୍କର ଭୂମିକା ସାରା ଦେଶ ନିନ୍ଦା କରୁଛି ।
ମହିଳା ମାନଙ୍କର ସୁରକ୍ଷା ପ୍ରତି ମୋଦୀ ସରକାର ଉଦାସୀନ । ଏ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ମୋଦୀ ଶାସନର ଅସଲ ରୂପ ମଣିପୁରରେ ପରିଦୃଷ୍ଟ । ମୋଦୀ ଶାସନରେ ନାରୀସୁରକ୍ଷା ଏକ ଚିନ୍ତାଜନକ ପରିସ୍ଥିତିରେ ପହଂଚିଛି । କଂଗ୍ରେସ ଦଳ ସବୁବେଳେ ମହିଳାମାନଙ୍କର ସୁରକ୍ଷା ଓ
ସମ୍ମାନ ପ୍ରତି ସଚେତନ ଥାଏ । ଯାହା ମୋଦୀ ସରକାରରେ ଅଭାବ ହେଉଛି ।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମାନସ ଚୌଧୁରୀ, ନବଜ୍ୟୋଜି ପଟ୍ଟନାୟକ, ବିଶ୍ୱଜିତ ଦାସ, ଜନାକୀବଲ୍ଲଭ ପଟ୍ଟନାୟକ, ମାନସ ଭୋରା, ପ୍ରକାଶ ମିଶ୍ର, ଶଶିକାନ୍ତ ଲେଙ୍କା, ସୁବ୍ରତ ମହାପାତ୍ର, ଅଜୟ ସାହୁ, ମହମ୍ମଦ ଗୁଲଫାନ, ଜିଆଉଲ୍ ହକ୍‌, ରଣଜିତ୍ ସେନାପତି, ଉଦିତ୍ ପ୍ରଧାନ, ଶ୍ରୀ ମହାନ୍ତି, ଶିଳ୍ପିଶ୍ରୀ ହରିଚନ୍ଦନ, ବିରଞ୍ôଚ ବାରିକ, ଅଖିଳେଷ ଯାଦବ, ଅହମେଦ୍ ଖାନ, ରାଜଲକ୍ଷ୍ମୀ ସାହୁ, ସାହାରୁଖ୍ ଖାନ, ବିପ୍ଳବ ପରିଡ଼ା, ନିରଞ୍ଜନ ଦାସ, ନିଆଜୁଲ ଇସ୍‌ଲାମ୍‌, ରାଜକିଶୋର ବାରିକ, ମିହିର ଆଚାର୍ଯ୍ୟ, ସୁରଜ ରାଉତ, ସୁନିଲ ମାଟିଆ, ଜୟକୃଷ୍ଣ ସୁବୁଧି, ବଟକୃଷ୍ଣ ରାଉତରାୟ, ତରୁଣ ମିଶ୍ର, ରଜନୀ ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଆର୍ଯ୍ୟନ ସାସମଲ, ଦିବ୍ୟ ସିଂ ଦେଓ, ରାଜଦୀପ ବେହେରା, ଅଶୋକ ଦାସ, ସ୍ପନ୍ଦନ ସ୍ୱାଇଁ, ଉପାସନା ମିଶ୍ର, ଟିହୁ ବରାଳ, ସମୀର ରାଉତ, ସୌମ୍ୟ ବରାଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love