ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ, ପ୍ରଣବ ଓ ଦୀପାଳି ରହିବେ ସଦସ୍ୟ

ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠିତ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ ଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଝାରସୁଗୁଡ଼ା ବିଧୟିକା ଦୀପାଳି ଦାସଙ୍କୁ ସଦସ୍ୟ ଭାବେ ମନୋନିତ କରାଯାଇଛି। ଅନ୍ୟାମାନଙ୍କ ମଧ୍ୟରେ ଏହି ବୋର୍ଡରେ ପରିବହନ ବିଭାଗର ଅଧିକାରୀ, ଗାଡ଼ି ମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରିନିଧି ତଥ,ା ସାମାଜିକ କର୍ମୀ ମଧ୍ୟ ସଦସ୍ୟଭାବେ ରହିବେ।ଗତ ଜୁନ ୧୨ତାରିଖରେ ଏହି ବୋର୍ଡ ଗଠନ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।  ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବ ବୋର୍ଡ । ଏହା ମାଧ୍ୟମରେ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ । କଲ୍ୟାଣ ବୋର୍ଡ ଦ୍ବାରା ରାଜ୍ୟର ପାଞ୍ଚ ଲକ୍ଷରୁ ଅଧିକ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ।

Spread the love