ଅଧିକାରୀ ସାହାଯ୍ୟ ନ କରିବାରୁ ସରକାରୀ କାର୍ଯ୍ୟାଳୟରେ ସାପ ଛାଡିଦେଲେ ବ୍ୟକ୍ତି, ଆଉ ତା’ପରେ…

ସରକାରୀ ଅଧିକାରୀଙ୍କ ଉଦାସୀନ ମନୋଭାବ ଦ୍ୱାରା ଅନେକ ସମୟରେ ସାଧାରଣ ଲୋକ ଅସୁବିଧାରେ ପଡ଼ନ୍ତି। ଅନେକ ଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଉଥିଲେ ମଧ୍ୟ ପରିସ୍ଥିତି ସୁଧୁରୁ ନାହିଁ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପୌରପାଳିକାର ଅଧିକାରୀଙ୍କ ଅବହେଳାରେ ବ୍ୟଥିତ ହୋଇ ଜଣେ ବ୍ୟକ୍ତି ସାପକୁ ମ୍ୟୁନିସିପାଲିଟି ଅଫିସରେ ଛାଡିଥିଲେ। ହାଇଦ୍ରାବାଦର ଅଲୱାଲରେ ବର୍ଷା ସମୟରେ ସାପ ଜଣଙ୍କ ଘରେ ପ୍ରବେଶ କରିଥିଲା। ସେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି) ଅଧିକାରୀଙ୍କୁ ଅନେକ ଥର ଡାକି ସାପକୁ ଧରିବାକୁ ଅନୁରୋଧ କରିଥିଲେ। ଅନେକ ଥର ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣି ନ ଥିଲେ, ସେ ସାପଟିକୁ ଧରି ମ୍ୟୁନିସିପାଲିଟି କର୍ପୋରେସନର ୱାର୍ଡ କାର୍ଯ୍ୟାଳୟକୁ ଆଣି ସେଠାରେ ଛାଡି ଦେଇଥିଲେ। କଳ୍ପନା କରନ୍ତୁ ଯେ ବ୍ୟକ୍ତି ଜଣକଙ୍କ ପରିସ୍ଥିତି କ’ଣ ନ ହୋଇ ଥିବ, ଯାହା ଫଲରେ ଏହି ପଦକ୍ଷେପ ନେବାକୁ ପଡ଼ିଛି। ଭିଡିଓରେ ଏହା ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଏକ ସାପ ଅଫିସ ଟେବୁଲ ଉପରେ ପଡ଼ିଛି, ଯାହା ଆଗକୁ ବଢିବାକୁ ଚେଷ୍ଟା କରୁଛି।

Spread the love