୯ବର୍ଷ ହେଲା ଗୋଟିଏ ଗୋଡରେ ଛିଡା ହୋଇଛନ୍ତି ବାବା

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସାଧୁସନ୍ଥଙ୍କ ଏକ ମୁଖ୍ୟ ଆକର୍ଷଣ ସାଜିଛନ୍ତି ।  ବାବାଙ୍କର ଏମିତି ସାଧନା  ଦେଖିଲେ ବିଶ୍ୱାସ କରିହଉନି ।   କେହେ ବାବା ବର୍ଷବର୍ଷ ଧରି ହାତ ଟେକି ରହିଛନ୍ତି ତ କେହି ବାବା ଦୀର୍ଘବର୍ଷ ହେଲା  ଗୋଚିଏ ଗୋଡରେ ଛିଡା ହୋଇ ରହିଛନ୍ତି ।  ପୂର୍ବରୁ ଆମେ ଆପଣଙ୍କୁ ହାତଟେକା ବାବା ଓ ପାଇଲଟ୍ ବାବାଙ୍କ ବିଷୟରେ ଜାଣିବାକୁ ମିଳିଥିଲା । 

ଏବେ କୁମ୍ଭମେଳାରେ ଦେଖିବାକୁ ମିଳିଛି  ଷ୍ଟାଣ୍ଡିଂ ବାବାଙ୍କୁ ।  ବିଶ୍ୱାସ ନହେଲେ ମଧ୍ୟ ଦୀର୍ଘ 9 ବର୍ଷ ହେଲା ବାବା ଗୋଡିଏ ଗୋଡରେ ଛିଡା ହୋଇ ରହିଛନ୍ତି । ଏପରିକି ବାବା ନିଜର ସମସ୍ତ ନିତ୍ୟକର୍ମ କଲାବେଳେ ମଧ୍ୟ ଏହି ଭଳି ଛିଡା ହୋଇ ରୁହନ୍ତି । ଆହୁରି ଆଶ୍ଚର୍ଯ୍ୟ ଲାଗିବ ବାବା ଏମିତି ଛିଡା ହୋଇ ଶୋଇ ଯାଆନ୍ତି ।

Spread the love