ଖୋର୍ଦ୍ଧା-ବଲାଙ୍ଗିର ରେଳପଥ: ୧୩୦ ବର୍ଷର ସ୍ୱପ୍ନ ତଥାପି ଅଧୁରା

ନୟାଗଡ଼: ଦିନେ ନୁହେଁ କି ବର୍ଷେ; ଚାରି ପୁରୁଷ ପରେ ବି ସ୍ବପ୍ନ ପୂରଣ କରିପାରିଲାନି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ଜେଜେ ଶୁଣିଥିଲେ, ନୟାଗଡ଼ ଦେଇ ରେଳ ଗଡ଼ିବ। ନାତି ରେଳ ଗଡ଼ିବା ଦେଖିଲା; ଅଥଚ ପ୍ରକଳ୍ପ ଶେଷ ହେବା ଦେଖିବ କି ନାହିଁ ସନ୍ଦେହ। କେନ୍ଦ୍ରର ନିରନ୍ତର ଅବହେଳା ଏହି ଶତାୟୁ ସ୍ୱପ୍ନକୁ ଏବେ ବି ଅପୂରଣୀୟ କରି ରଖିଛି। ମାସକର କାମ ବର୍ଷ ବର୍ଷ ଲାଗିବା ପରେ ମଧ୍ୟ ଶେଷ ହୋଇପାରୁ ନାହିଁ। ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ପ୍ରସ୍ତାବିତ ଦୈର୍ଘ୍ୟ ହେଉଛି ୩୦୧ କିଲୋମିଟର। ୧୩୦ ବର୍ଷର ପ୍ରୟାସ ପରେ ଏଯାଏ ଶେଷ ହୋଇପାରିଛି ମାତ୍ର ୧୦୬ କିଲୋମିଟର।

Spread the love