ନିଜ ଟ୍ୱିଟର ପେଜର ଡିପି ଚେଞ୍ଜ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଜିଠୁ ହର ଘର ତ୍ରୀରଙ୍ଗା ଅଭିଯାନ । ଏହି କ୍ରମରେ ନିଜ ଟ୍ୱିଟର ପେଜର ଡିପି ଚେଞ୍ଜ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଟ୍ୱିଟର ପେଜରେ ତ୍ରୀରଙ୍ଗା ଫଟୋକୁ ନିଜ ଡିପିରେ ରଖିଛନ୍ତି । ଏହା ସହ ସୋସିଆଲ୍ ମିଡିଆ ଆକାଉଣ୍ଟ ଡିପିରେ ସମସ୍ତେ ତ୍ରୀରଙ୍ଗା ଫଟୋ ରଖିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅନନ୍ୟ ପ୍ରୟାସକୁ ସମର୍ଥନ ଦେବା, ଯାହାକି ଦେଶ ଓ ଆମ ଭିତରେ ବନ୍ଧନକୁ ଗଭୀର କରିବ । ଭାରତୀୟଙ୍କ ମନରେ ଦେଶପ୍ରମ ଶୁଦୃଢ କରିଵା ଲକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତକାକୁ ନିଜ ସୋସିଆଲ ମିଡିଆ ପ୍ରତିଛଵି ଭାଵେ ଵ୍ୟଵହାର କରିଵାକୁ ଦେଶଵାସୀଙ୍କୁ  ଆହ୍ଵାନ କରିଛନ୍ତି ।

ଟୁଇଟରରେ ନିଜ ପ୍ରତିଛଵି ଵଦଳାଇଵା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକାକୁ ନିଜ ସୋସିଆଲ ମିଡିଆ ପ୍ରତିଛଵି ରୂପେ ଵ୍ୟଵହାର କରିଛନ୍ତି । ପୂର୍ଵ ଵର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ତ୍ରୀରଙ୍ଗା ପତକାକୁ ନିଜ ସୋସିଆଲ ମିଡିଆ ପ୍ରତିଛଵି ରୂପେ ଵ୍ୟଵହାର କରିଥିଲେ । ଗୋଟେ ଦିନ ପରେ ସ୍ଵାଧୀନିତା ଦିଵସ ପାଳନ କରୁଛି ଦେଶ । ଏହି ଅଵସରରେ ଆଜିଠାରୁ ଅଗଷ୍ଟ ୧୫ ତିନି ଦିନ ଧରି ‘ ହର ଘର ତ୍ରିରଙ୍ଗା ‘ ଅଭିଯାନ ସାରା ଦେଶରେ ପାଳିତ ହେଉଛି । ଗାଁରୁ ସହର ଚାରିଆଡ ତ୍ରିରଙ୍ଗାମୟ ହୋଇଛି । କାଶ୍ମୀର ଡାଲ ହ୍ରଦ ତିରଙ୍ଗା ମୟ ହୋଇଥିଵା ଵେଳେ ଅମୃତ ସରୋଵର ଗିଡିକୁ ତ୍ରିରଙ୍ଗାରେ ସଜାଯାଇଛି । ସ୍ଵାଧିନତା ଦିଵସର ଦୁଇ ଦିନ ପୂର୍ଵରୁ ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାର ପୂର୍ଵ ପ୍ରସ୍ତୁତି ଆରମ୍ଭ ହୋଇଛି ।

Spread the love