ଶିଶୁଭବନ ଓଭର ବ୍ରିଜ ଉପରେ ଦୁର୍ଘଟଣା

ଭୁବନେଶ୍ବର: ସ୍ଥାନୀୟ ଶିଶୁଭବନ ଓଭର ବ୍ରିଜ ଉପରେ ଆଜି ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର୍‌ ନିୟନ୍ତ୍ରଣ ହରାଇ ଡ଼ିଭାଇଡରକୁ ପିଟିଛି। ଫଳରେ ୪ ଜଣ ଲୋକ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ଶିଶୁଭବନରୁ ମାଉସୀ ମା ମନ୍ଦିର ଆଡ଼କୁ ଯାଇଥିବା ରାସ୍ତା ଜାମ ହୋଇଥିଲା।

Spread the love