ରାଜ୍ୟ ସରକାରଙ୍କ ଆଗୁଆ ନିର୍ବାଚନ ପ୍ରସଙ୍ଗରେ ଏତେ ତର ତର କାହିଁକି?: ଅପରାଜିତା

ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ ନବୀନ ଆଗୁଆ ସରକାର ଭଂଗ କରିପାରନ୍ତି ବୋଲି ଆଲୋଚନା ହେଉଛି । ଆଉ ଏହି ଆଗୁଆ ନିର୍ବାଚନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି, ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାର କାହିଁକି ତରତର ହେଉଛନ୍ତି? ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି, ପାଞ୍ଚବର୍ଷ ପର୍ଯ୍ୟନ୍ତ କାମ କରନ୍ତୁ । ଏଥିସହ ବିଜେଡି- ବିଜେପି ମେଣ୍ଟ ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ଅପରାଜିତା । ଅପରାଜିତାଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଛନ୍ତି ବିଜେଡି ବିଧାୟକ ପର୍ଶୁରାମ ଧଡା । କହିଛନ୍ତି, ଓଡିଶା ସରକାର କେଉଁଠି ଆଗୁଆ ନିର୍ବାଚନ ପାଇଁ କହିନାହାନ୍ତି । ବିଜୁ ଜନତା ଦଳ କେବେ କହି ନାହିଁ । ଅପରାଜିତା କେଉଁଠୁ ଏକଥା ଜାଣିଲେ ସେ ଜାଣିଥିବେ । ଯଦି ବି ଆଗୁଆ ନିର୍ବାଚନ ହୁଏ କିଛି ନୂଆ କଥା ନୁହେଁ । ସାମ୍ବିଧାନିକ ବ୍ୟବସ୍ଥାରେ ସରକାର ଚାହିଁଲେ ୫ବର୍ଷ ପୂର୍ବରୁ ସରକାର ଭାଙ୍ଗିପାରିବେ । ତେବେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଧୂଆଁବାଣ କହି ଉଡାଇ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ନିୟମ ଅନୁସାରେ ସରକାର ଚାହିଁଲେ ଆଗୁଆ ବିଧାନସଭା ଭଙ୍ଗ କରିପାରିବେ । ଏବଂ ୬ମାସ ଭିତରେ ପୁଣି ଥରେ ନିର୍ବାଚନ ହେବ । କିନ୍ତୁ ହାତରେ କମ୍ ସମୟ ଥିବାରୁ ରାଜ୍ୟ ସରକାର କି ନିଷ୍ପତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

Spread the love