ଭୁଜାଲିରେ ଜେଜେ ମାଆକୁ ହାଣିଲା ନାତି

ଜଗତସିଂହପୁର: ପ୍ରେମଜନିତ ଘଟଣାକୁ କେନ୍ଦ୍ର କରି ଜେଜେ ମାଆକୁ ହତ୍ୟା କଲା ନାତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଗଦେଇଗିରି ଗାଁରେ । ମୃତକ ଜଣକ ହେଲେ ସଖିଲତା ସାହୁ । ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଓ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ସୂଚନା ଅନୁଯାୟୀ ଗଦେଇଗିରି ଗାଁର ସମୀର ସାହୁ ୫ ମାସ ତଳେ ଅନୁସୂଚିତ ଜାତିର ଯୁବତୀକୁ ପ୍ରେମ କରି ଘରୁ ଉଠାଇ ଆଣିଥିଲେ । ଏଣୁ ସମୀରକୁ ଘରୁ ବାହାର କରି ଦିଆଯାଇଥିଲା । କିଛି ଦିନ ତଳେ ଘଟଣାରେ ବାଲିକୁଦା ପୋଲିସ ସମୀରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ପରେ ସମୀର ଫେରାର ହୋଇଯାଇଥିଲା । ଆଜି ସକାଳୁ ଭୁଜାଲିରେ ନିଜ ଜେଜେ ମାଆକୁ ହାଣି ହତ୍ୟା କରିଛି ସମୀର । ଅନ୍ୟମାନେ ବିରୋଧ କରିବାରୁ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡିଛି । ପରେ ଅଭିଯୁକ୍ତ ସମୀରକୁ ଗିରଫ କରିଛି ପୋଲିସ ।

Spread the love