ମଦୁଆଙ୍କୁ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ତାଗିଦ

ବାଲେଶ୍ୱର: ମଦୁଆଙ୍କୁ ସାଂସଦଙ୍କ ତାଗିଦ। ଦୁଇ ମଦୁଆଙ୍କୁ ଉଠ ବସ କରାଇଲେ  ବାଲେଶ୍ଵର ପ୍ରତାପ ଷଡଙ୍ଗୀ। ଦୁଇ ମଦୁଆ ହେଉଛନ୍ତି ନୀଳଗିରି ଥାନା ଗୋପୀନାଥପୁର ଗ୍ରାମର। ଘର ପାଖରେ ଦେଶୀ ମଦ ଭାଟିରେ ମଦ ପିଇ ଘରକୁ ଯାଇ ବାପା ମା ଙ୍କୁ ପିଟାପିଟି କରିବା ସହ ଉଭୟ ଉଭୟଙ୍କ ମଧ୍ୟରେ ପିଟାମରା କରୁଥିଲେ।

ଖବର ଯାଇ ପ୍ରତାପ ନନାଙ୍କ ପାଖେ ପହଁଚିଲା। ନନା ଘଟଣା ସ୍ଥଳକୁ ଗଲାକୁ ମଦ ବିକ୍ରି କରୁଥିବା ଲୋକ ଘରେ ଚାବି ମାରି ଛୁ ମାରିଛି। ପୋଲିସ ବି ପହଞ୍ଚିଲା। ତାପରେ ଲୋକ ସମାଗମ ବି ବଢ଼ିଲା। ପରେ ନନାଙ୍କ କଥା ମାନି ଦୁଇ ଟୋକା ଭୁଲ ମାଗିବା ସହ ଉଠ ବସ ହୋଇଥିଲେ। ଆଉ ମଦ ପିଇବେନି ବୋଲି କହିଥିଲେ। ମଦ ବିକ୍ରି କରୁଥିବା ଲୋକକୁ ଧରେଇବେ ବୋଲି ନନାଙ୍କୁ କହିଥିଲେ। ପରେ ନନା ତାଙ୍କୁ ଛାଡ଼ିଦେଇଥିଲେ। ସୂଚନା ଥାଉକି ନୀଳଗିରି ରେ ଦେଶୀ ମଦ କାରବାର ଓ ମଦୁଆ ଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

Spread the love