ସ୍ୱଚ୍ଛ ଇନ୍ଧନ ପ୍ରଦାନ କରି ପୁନେର ବିକାଶ କରିବା ଆମର ଦାୟିତ୍ୱ : ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱଚ୍ଛ ଇନ୍ଧନ ପହଞ୍ଚାଇ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଆମର ଲକ୍ଷ୍ୟ ରହିଛି । ସେହିଭଳି ସ୍ୱଚ୍ଛ ଇନ୍ଧନ ପ୍ରଦାନ କରି ପୁନେର ବିକାଶ କରିବା ଆମର ଦାୟିତ୍ୱ ବୋଲି ଶନିବାର ପୁନେ ବେଲୱାଡି ଠାରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ ଲିମିଟେଡ୍(ଏମଜିଏନଏଲ)ର କୋର୍ପୋରେଟ୍ କାର୍ଯ୍ୟାଳୟ ଏବଂ ଜେଟଗାଁଓ ଠାରେ ୫ ସିଏନଜି ଷ୍ଟେସନର ଉଦ୍‍ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାରା ମହାରାଷ୍ଟ୍ର ଏବଂ ଭାରତରେ ପ୍ରାକୃତିକ ଗ୍ୟାସର ହାରକୁ ବଢାଇବା ଦିଗରେ ଭାରତ ସରକାର ଅଧିକ ଧ୍ୟାନ ଦେଉଛନ୍ତି । ଉର୍ଜା କମ୍ପାନୀମାନେ ମଧ୍ୟ ପ୍ରାକୃତିକ ଗ୍ୟାସର ବିକାଶ କରି ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ବଢିବାର ଆବଶ୍ୟକତା ରହିଛି । ଫଳରେ ଲୋକଙ୍କ ପାଖରେ ସୁଲଭ ଏବଂ ସ୍ୱଚ୍ଛ ଇନ୍ଧନ ଭାରତ ବର୍ଷର ଲୋକଙ୍କୁ ମିଳିପାରିବ ଓ ଏହାଦ୍ୱାରା ଦେଶରେ ନିଯୁକ୍ତି ଏବଂ ଉଦ୍ୟୋଗୀ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ । ଶୁଭାରମ୍ଭ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡିକ ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସହାୟକ ହେବ । ଦେଶରେ ସ୍ୱଚ୍ଛ ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ମୋଦି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯଦ୍ୱାରା ଆଗାମୀ ଦିନରେ ସାଧାରଣ ଲୋକଙ୍କ ଜୈବନଶୈଳିରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି । ପ୍ରାକୃତିକ ଗ୍ୟାସ ସିଏନ୍ଜି ଶସ୍ତା, ସୁବିଧାଜନକ ଓ ପରିବେଶ ସନ୍ତୁଳନ । କେନ୍ଦ୍ର ସରକାର ଦେଶରେ ସ୍ୱଚ୍ଛ ଇନ୍ଧନ ଉପଲବ୍ଧ କରି ସାରା ଦେଶକୁ ସବୁଜ ବଳୟ କରିବାର କାମ ଦ୍ରୁତ ଗତିରେ କରିବାର ଲକ୍ଷ୍ୟ ରଖିଛନ୍ତି । ଜୈବଇନ୍ଧନ ଓ ଜୈବ-ସିଏନଜି ତିଆରି କରିବା ଦିଗରେ ଆମେ ଅଗ୍ରସର ହେଉଛୁ । ସହରାଂଚଳର ବର୍ଜ୍ୟବସ୍ତୁରୁ ଜୈବଇନ୍ଧନ ତିଆରି କରିବାର କାମ ପୁନେ ସହରରୁ ଉଦ୍ୟମ କରାଯାଉଥିବା ବେଳେ ଏହି ପଦକ୍ଷେପ ପୁନେର କୃଷକଙ୍କୁ ଲାଭ ଦେବ ଓ ପୁନେ ଅର୍ଥନୀତିର ବିକାଶ କରିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଡୋର୍ ଟୁ ଡୋର୍ ପେଟ୍ରୋଲ ଏବଂ ଡିଜେଲ ପହଁଚାଇବା ଦିଗରେ ଆହୁରି କାର୍ଯ୍ୟ କରିବାର ଅବଶ୍ୟକତା ରହିଛି । ଆଗାମୀ ଦିନରେ ଏମଜିଏନଏଲ ଆହୁରି ଅଧିକ ସିଏନଜି ଷ୍ଟେସନ ସ୍ଥାପନ କରିବା ସହ ଏବଂ ପୁନେକୁ ଅତ୍ୟାଧୁନିକ ଏବଂ ଉତମ ସୁବିଧା ପ୍ରଦାନ କରିବାରେ ଆଗଧାଡିରେ ରହୁ । ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ କମ୍ପାନୀ ଦ୍ୱାରା ଦୂରଗାମୀ ସିଏନ୍ଜି ବସର ଶୁଭାରମ୍ଭ ହୋଇଛି । ଉକ୍ତ ବସରେ ବ୍ୟବହୃତ ସିଏନ୍ଜି ସିଲିଣ୍ଡରରେ ଥରେ ମାତ୍ର ସିଏନ୍ଜି ଭରିଲେ ଗ୍ୟାସଟି ୧ ହଜାର କିମି ପର୍ଯ୍ୟନ୍ତ ଯିବାର ସକ୍ଷମ ରଖିଛି । ଯାହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love