ମହିଳାଙ୍କୁ ବ୍ଲେଡରେ କାଟି ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ

ସୋର ପାଣିସିଆ ଗାଁରେ  ମହିଳାଙ୍କୁ ବ୍ଲେଡରେ ଆକ୍ରମଣ କରିବା ସହ ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ । ଶୌଚ ହେବା ପାଇଁ ଯିବାବେଳେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ବାଇକରେ ଆସି ମହିଳାଙ୍କୁ ଏକୁଟିଆ ଦେଖି ବ୍ଲେଡରେ କାଟି ପକାଇଥିଲେ । ଏବଂ ପରେ ଏସିଡ୍ ଫୋପାଡି ଫେରାର ହୋଇଯାଇଛନ୍ତି । ମହିଳାଙ୍କ ହାତ ଗୋଡର ବିଭିନ୍ନ ସ୍ଥାନ କଟି ଯାଇଥିବାବେଳେ ପେଟରେ ଏସିଡ୍ ପଡି ପୋଡି ଯାଇଥିବା ଜଣାପଡିଛି ।

ଆଉ ତାପରେ ମହିଳାଙ୍କୁ କିରୋସିନି ଢ଼ାଳି ମାରିବା ପାଇଁ ଉଦ୍ୟମ କରାଯାଇଥିଲା । ଗତକାଲି ରାତିରେ ସ୍ୱାମୀ ଓ ପରିବାର ଲୋକଙ୍କ ଅନୁପସ୍ଥିତର ସୁଯୋଗ ନେଇ 2ଜଣ ଦୁର୍ବୃତ ଏହି ନୃଶଂସ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ତେବେ ଆକ୍ରମଣ କରିଥିବା ଦୁର୍ବୃତଙ୍କ ଗୋଡ ଖସି ପଡିଯିବାରୁ ନିଜ ଯୋଜନାକୁ ରୂପ ଦେଇପାରିନାହାନ୍ତି ।

ଶଦ୍ଦ ଶୁଣି ମହିଳାଙ୍କ ସ୍ୱାମୀ ଓ ପରିବାର ସଦସ୍ୟ ଆସିଯିବାରୁ ଦୁର୍ବୃତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଅଭିଯୋଗ ପରେ ପୁଲିସ ମାମଲାର ଛାନଭିନ ଆରମ୍ଭ କରିଛି ।  ପୂର୍ବରୁ ପଡ଼ୋଶୀଙ୍କ ସହ କୌଣସି କାରଣବଶତଃ ଶତ୍ରୁତା ଥିଲା । ଆଉ ଗତକାଲି ମଧ୍ୟ ଏନେଇ ଝଗଡ଼ା ହୋଇଥିଲା । ଏହି କାରଣରୁ ଆକ୍ରମଣ ହୋଇଥିବା ସନ୍ଦେହ କରୁଛନ୍ତି ପୀଡ଼ିତାଙ୍କ ପରିବାର ଲୋକ ।

Spread the love