Skip to content
Friday, July 24, 2026
Latest:
  • ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ଗଙ୍ଗୁଆର ପୂର୍ଣ୍ଣ ଉଦ୍ଧାର ପାଇଁ ସମୀକ୍ଷା ବୈଠକ କଲେ ବିଧାୟକ ବାବୁ ସିଂ
  • ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ କୌଣସି ସଂରକ୍ଷଣ ନ ରହିବା ଦୁର୍ଭାଗ୍ୟଜନକ : କଂଗ୍ରେସ
  • ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଭୁବନେଶ୍ୱରରେ ବିଜେପିର ଦୃଢ଼ ପ୍ରତିବାଦ
  • ଛେଳି ପାଳନର ବୈଜ୍ଞାନିକ ପଦ୍ଧତି ଉପରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ପାଇଁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ଗ୍ଲାମର 

ନୟନତାରାଙ୍କ ଇନ୍‌ଷ୍ଟାଗ୍ରାମ୍‌ ରେକର୍ଡ : ଦିନକରେ ୧୦ ଲକ୍ଷ ଫଲୋୟର୍ସ

September 5, 2023 Satya entertainment, nayan-taras-instagram-account

ନିକଟରେ ଅଭିନେତ୍ରୀ ନୟନତାରା ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଆକାଉଣ୍ଟ ଖୋଲିଥିଲେ। ଇନ୍‌ଷ୍ଟ୍ରାଗ୍ରାମ୍‌କୁ ଆସିବାର ମାତ୍ର ୧୦ ଘଣ୍ଟା ଭିତରେ ସେ ଏକ ନିୟୁତ ଅନୁଗାମୀ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଥି ସହିତ ସେ କାଟ୍ରିନା କୈଫ୍‌ଙ୍କୁ ପଛରେ ପକାଇ ଭାରତର ପ୍ରଥମ ଅଭିନେତ୍ରୀ ଭାବେ ଗୋଟିଏ ଦିନରେ ଦଶ ଲକ୍ଷ ଅନୁଗାମୀ ହାସଲ କରିପାରିଛନ୍ତି। ନୟନତାରାଙ୍କର ଅନୁଗାମୀ ସଂଖ୍ୟା ଇତିମଧ୍ୟରେ ୨୫ ଲକ୍ଷ ଟପିଲାଣି। ମୁକ୍ତିଲାଭ ଅପେକ୍ଷାରେ ଥିବା କିଙ୍ଗ୍‌ ଖାଁଙ୍କ ବହୁଚର୍ଚ୍ଚିତ ତ୍ରିଭାଷୀ ସିନେମା ‘ଯବାନ୍‌’ରେ ନୟନତାରାଙ୍କ ଚମକ ବି ଦେଖିବାକୁ ମିଳିବ। ସେ ସାଧାରଣତଃ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିବାକୁ ପସନ୍ଦ କରନ୍ତି। ତେଣୁ ସାମାଜିକ ଗଣମାଧ୍ୟମକୁ ଆସିବା ବିଚାରକୁ ସେ ପ୍ରଥମେ ନାପସନ୍ଦ କରୁଥିଲେ।

ହେଲେ ‘ଯବାନ୍‌’ ସିନେମାର ପ୍ରଚାର ପାଇଁ ସେ ଇନ୍‌ଷ୍ଟାଗ୍ରାମ୍‌କୁ ଆସିଲେ ଏବଂ ତାହାର ମଜା ଏବେ ପାଉଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସେ ଛାଡ଼ିଥିବା ପ୍ରଥମ ରିଲ୍‌ରେ ତାଙ୍କର ଯାଆଁଳା ପୁଅ ଉୟିର ଓ ଉଲାଗ୍‌ଙ୍କୁ ଧରି ସେ ଚାଲୁଥିବାର ଦେଖାଯାଇଥିଲା। ଇନ୍‌ଷ୍ଟାଗ୍ରାମ୍‌କୁ ଆସିବା ପୂର୍ବରୁ ସେ ତାଙ୍କ ସ୍ବାମୀଙ୍କ ସହ ଓନାମ୍‌ ପର୍ବ ପାଳୁଥିବା ନଜରକୁ ଆସିଥିଲେ ଏବଂ ପରେ ‘ଯବାନ୍‌’ ସିନେମାର ଗୀତ ‘ନଟ୍‌ ରମେୟା ବସ୍ତାବୈୟା’ରେ ନିଜର ନୃତ୍ୟାଭିନୟ ଦ୍ବାରା ସାମାଜିକ ଗଣମାଧ୍ୟମରେ ନିଆଁ ଲଗାଇ ଦେଇଥିଲେ। ସୂଚନାଯୋଗ୍ୟ, ଅଟଲୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଯବାନ୍‌’ ସିନେମା ଆସନ୍ତା ୭ ତାରିଖରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ନୟନତାରା ଏଥିରେ ଜଣେ ଗୁଇନ୍ଦା ଭୂମିକା ନିର୍ବାହ କରିଛନ୍ତି ଯାହାଙ୍କର ଶାହରୁଖ ଖାଁଙ୍କ ଚରିତ୍ର ସହ ସମ୍ପର୍କ ରହିଛି।

Post Views: 1,398
Spread the love
  • ← ଡେଙ୍ଗୁ: ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ଟପିଲା
  • ତୀର୍ଥ ପୁଷ୍କରିଣୀ ବିକାଶ ପ୍ରକଳ୍ପ: ମିଳୁନି ପଥର, ଅଟକିଛି କାମ →

ADVT

Recent Posts

  • ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ July 23, 2026
  • ଗଙ୍ଗୁଆର ପୂର୍ଣ୍ଣ ଉଦ୍ଧାର ପାଇଁ ସମୀକ୍ଷା ବୈଠକ କଲେ ବିଧାୟକ ବାବୁ ସିଂ July 23, 2026
  • ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ କୌଣସି ସଂରକ୍ଷଣ ନ ରହିବା ଦୁର୍ଭାଗ୍ୟଜନକ : କଂଗ୍ରେସ July 23, 2026
  • ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଭୁବନେଶ୍ୱରରେ ବିଜେପିର ଦୃଢ଼ ପ୍ରତିବାଦ July 23, 2026
  • ଛେଳି ପାଳନର ବୈଜ୍ଞାନିକ ପଦ୍ଧତି ଉପରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ପାଇଁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ July 23, 2026

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031  
« Jun    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.