ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟା ଏବଂ ରାଜ୍ୟ ସଂଯୋଜିକା ନାମ ତାଲିକା ଘୋଷଣା

ଭୁବନେଶ୍ୱର ତା.୦୬/୦୯: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ଆଜି ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟା, ବିଭିନ୍ନ ବିଭାଗର ସଂଯୋଜିକାଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।

ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଭାବେ ସବିତା ନନ୍ଦ, କଳ୍ପନା ଲେଙ୍କା, ଡା.ରଞ୍ଜିତା ସେଠୀ, ଡା.ପ୍ରିତୀ ପ୍ରତିଭା ଭୋଳ, ମନିଷା ବେହେରା, ରଶ୍ମୀ ପଟ୍ଟନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦିକା ଭାବେ ବବିତା ପାତ୍ର ଓ ରଶ୍ମୀରେଖା ଦାସ; ରାଜ୍ୟ ସଂପାଦିକା ଭାବେ କୈାଶଲ୍ୟା ନାୟକ, ରଞ୍ଜିତା ପାଣିଗ୍ରାହୀ, ଇତିଶ୍ରୀ ଜେନା, ନନ୍ଦିନୀ ଶତପଥୀ, କାନନବାଲା ଦାସ; କୋଷାଧ୍ୟକ୍ଷା ଭାବେ କଳ୍ପନା ପଟ୍ଟନାୟକ; କାର୍ଯ୍ୟାଳୟ ସଂପାଦିକା ଭାବେ ଶଶିପ୍ରଭା ରଥଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।
ସେହିପରି ଗଣମାଧ୍ୟମ ସଂଯୋଜିକା ଭାବେ ତୃପ୍ତିମୟୀ ମକଦ୍ଦମ ଓ ଜୟଲକ୍ଷ୍ମୀ ମଲ୍ଲିକ; ସାମାଜିକ ଗଣମାଧ୍ୟମ ସଂଯୋଜିକା ଭାବେ ସୁଚିସ୍ମିତା ତ୍ରିପାଠୀ ଓ ସୁଚିସ୍ମିତା ପାତ୍ର; ସମବାୟ ବିଭାଗ ସଂଯୋଜିକା ଭାବେ ଆଶା ଜୈନ; ଏସ୍‌ଏଚ୍‌ଜି ସଂଯୋଜିକା ଭାବେ ସନ୍ତୋଷିନୀ ପାତ୍ର; ସ୍ୱଚ୍ଛ ଭାରତ ସଂଯୋଜିକା ଭାବେ ରତ୍ନପ୍ରଭା ପଣ୍ଡା; କ୍ରୀଡା ସଂଯୋଜିକା ଭାବେ ଶ୍ରାବଣୀ କିନ୍ନର; ବୁଦ୍ଧିଜୀବି ସଂଯୋଜିକା ଭାବେ ଅରୁଣିମା ସାହୁ; ବେଟି ବଚାଓ ବେଟି ପଢାଓ ସଂଯୋଜିକା ଭାବେ କଳ୍ପନା କଅଁର ଏବଂ ଆଇଟି ସଂଯୋଜିକା ଭାବେ ରାଜଲକ୍ଷ୍ମୀ ଦାସଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।
ମହିଳା ମୋର୍ଚ୍ଚାର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟା ଭାବେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, କୁସୁମ ଟେଟେ, ବିଜୟଲକ୍ଷ୍ମୀ ମିଶ୍ର, ସଂଚିତା ମହାନ୍ତି, ଜୟନ୍ତୀ ପଢିଆରୀ, ସୀମନ୍ତିନୀ ଜେନା, ଗାୟତ୍ରୀ ଦାଶ, ପ୍ରଭାତୀ ପରିଡା, ସ୍ମୃତି ପଟ୍ଟନାୟକ, ସଙ୍ଗୀତା ଦାସ, ନମିତାରାଣୀ ସାହୁ, ସୁଜାତା ମୁର୍ମୁ, ମୁକ୍ତା ସାହୁ, ଭାତୀ ମହାନନ୍ଦ, ଉଷା କୁମାରୀଙ୍କୁ ମନୋନୀତ କରାଯାଇଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ୨୫ ଜଣଙ୍କୁ ମନୋନୀତ କରାଯାଇଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ବିଶ୍ୱାଳ ପ୍ରେସ ବାର୍ତାରେ ଜଣାଇଛନ୍ତି ।

Spread the love