ବିଜେପିରୁ ଇସ୍ତଫା ଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ବିଜେପିରୁ ଇସ୍ତଫା ଦେଇଛନ୍ତି । ପାର୍ଟି ସହ ମୋର ଶୁଭକାମନା ରହିଛି କିନ୍ତୁ ସବୁ ସମୁଦାୟକୁ ଏକତ୍ରିତ କରିବା ଉପରେ ଧ୍ୟାନ ଦେବା ଉଚିତ । ଇସ୍ତଫା ଦେବା ପରେ ଚନ୍ଦ୍ର କୁମାର ବୋଷ କହିଛନ୍ତି ଯେ, ୨୦୧୬ରେ ବିଜେପିରେ ଯୋଗ ଦେଇଥିଲି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ମୋତେ ଭଲ ଲାଗିଲା । ବିଜେପି ଯେଉଁ ରାଜନୀତି କରୁଛି ତାହା ମୋର ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସବୁ ଧର୍ମକୁ ଏକସାଥ କରିବା ଆଦର୍ଶ ମୁତାବକ ନୁହେଁ । ଦଳରେ ଯୋଗଦେବା ପରେ ତାହା ମୋତେ ଅନୁଭବ ହେଲା । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାମ୍ପ୍ରଦାୟିକ ଏବଂ ବିଭାଜନର ରାଜନୀତି ବିରୋଧରେ ସର୍ବଦା ଲଢ଼ିଛନ୍ତି ।

ଚନ୍ଦ୍ର କୁମାର ବୋଷ ଆହୁରି କହିଛନ୍ତି ଯେ, ବଙ୍ଗଳା ରଣନୀତି ସମ୍ବନ୍ଧରେ ମୁଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବଂ ବଙ୍ଗଳା ବିଜେପିକୁ ଅନେକ ପ୍ରସ୍ତାବ ଦେଇଛି । ମୋ ଆଦର୍ଶ ଏବଂ ପ୍ରସ୍ତାବର ପାଳନ କରାଯାଇନି । ମୋ ଆଦର୍ଶ ଓ ଏହି ପ୍ରସ୍ତାବକୁ ପାଳନ କରାନଗଲେ ପାର୍ଟି ସହ ରହିବା କୌଣସି କାମର କଥା ନୁହେଁ ।

Spread the love