ବାର୍ଦ୍ଧକ୍ୟ ଭତ୍ତା 200 ବଢାଇଲେ ରାଜ୍ୟ ସରକାର

 ରାଜ୍ୟ ସରକାର ଆଜି ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଛନ୍ତି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ଫଳରେ 300ଟଙ୍କା ପାଉଥିବା ବ୍ୟକ୍ତିମାନେ 500 ଟଙ୍କା ପାଇବେ ଓ 500 ଟଙ୍କା ପାଉଥିବା ବ୍ୟକ୍ତିମାନେ 700 ଟଙ୍କା ପାଇବେ। ଅର୍ଥାତ୍ 60 ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ପାଇବେ 500ଟଙ୍କା ଭତ୍ତା।

80 ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ପାଇବେ 700 ଟଙ୍କା ଭତ୍ତା। ଏହା ଦ୍ୱାରା ମଧୁବାବୁ ପେନ୍‌ସନ୍ ଯୋଜନାରେ ରାଜ୍ୟର 48 ଲକ୍ଷ୍ୟ ହିତାଧିକାରୀ ଉପକୃତ ହେବେ। ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଓ ଅସହାୟ ମହିଳା ପ୍ରମୁଖ ଏଥିରେ ଉପକୃତ ହେବେ। ବର୍ଦ୍ଧିତ ଭତ୍ତା 2019 ମସିହା ଫେବ୍ରୁଆରୀ ମାସ 15 ତାରିଖରୁ ମିଳିବ। ନିକଟରେ ସରକାର ‘କାଳିଆ’, ‘ପିଠା’ ଓ ‘ମୋ ଗେହ୍ଲା ଝିଅ’ ଆଦି ଯୋଜନା ଆରମ୍ଭ କରିଛନ୍ତି।

Spread the love