ବାପର ସ୍ନେହ, ସ୍ୱାମୀର ପ୍ରେମ… କେଉଁଟାକୁ ଅଧିକ ପ୍ରଧ୍ୟାନ୍ୟ ଦେଉଛିନ୍ତି ଆଜିର ନାରୀ.. ପଢନ୍ତୁ

ଆଳି: ଏପଟେ ଲାଗିଛି ବିବାହ ବ୍ୟାନର, ସେପଟେ ଲାଗିଛି ଶୁଦ୍ଧିକ୍ରିୟା ବ୍ୟାନର । ଏପଟେ ଲେଖାହୋଇଛି ରାଜେନ୍ଦ୍ର ୱେଡସ୍ ଦିପାଞ୍ଜଳୀ ସେପଟେ ଲେଖା ହୋଇଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦିପାଞ୍ଜଳୀ । ଉଭୟ ସ୍ଥାନରେ ରହିଛି ଦିପାଞ୍ଜଳୀଙ୍କ ନା । ଫଟୋ ବି ସମାନ । ତେବେ ଘଟଣା କଣ ଗୋଟେପଟେ ଦିପାଞ୍ଜଳୀଙ୍କ ବିବାହ ହେଉଥିବାବେଳେ ଅପରପଟେ ଚାଲିଛି ତାଙ୍କ ଶ୍ରଦ୍ଧାଞ୍ଜଳୀ । ତେବେ ଆପଣ ବି ଜାଣିବାକୁ ତତ୍ପର ହେବେଣି ଘଟଣା କଣ ବୋଲି।ଗୋଟେପଟେ ଧୁମ୍ ଧାମ୍ ରେ ଚାଲିଥିଲା ବିବାହ । ଆଳି ନୂଆବଜାରରୁ ୨୦୦ ମିଟର ଦୂରତା ମଧ୍ୟରେ ଥିବା ଗୌଡପାଟଣା ମୌଜାର ଅନାମ ମଳିକଙ୍କ ପୁଅ ରାଜେନ୍ଦ୍ର ଓ ଦେମାଳ ମୌଜାର ମୁନା ମଳିକଙ୍କ ଝିଅ ଦୀପାଞ୍ଜଳୀଙ୍କ ଚାଲିଥିଲା ବିବାହ । ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କରାଯାଇଛି । ହେଲେ ଏପଟେ କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାର ସଂଲଗ୍ନ ଅଞ୍ଚଳରେ ଝିଅର ପ୍ରେମ ବିବାହକୁ ବିରୋଧ କରି ଝିଅର ପରିବାର ଲୋକେ ଝିଅର ଶୁଦ୍ଧିକ୍ରିୟା ପାଳନ କରିଛନ୍ତି । ଯେଉଁ ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯାହା ଜଣାପଡିଛି ଉଭୟଙ୍କ ଭିତରେ ଦୀର୍ଘ ଦିନରୁ ପ୍ରେମ ସଂପର୍କ ଗଢି ଉଠିଥିଲା । ପୂର୍ବରୁ ଯୁବତୀଙ୍କ ପରିବାର ଏହି ପ୍ରେମକୁ ବିରୋଧ କରୁଥିଲେ । ତେବେ ସବୁ ବାଧା, ବନ୍ଧନକୁ ତୁଟାଇ ଉଭୟ ଗତକାଲି ମନ୍ଦିରରେ ବିବାହ କରିଥିଲେ । ବିବାହ ଉତ୍ସବରେ ଯୁବକଙ୍କ ପରିବାର ସାମିଲ ହୋଇ ଧୁମଧାମରେ ବାଜା, ବାଣ,ରୋଷଣୀ,ଡିଜେ ବଜାଇ ବାହାଘର କରିଥିବାବେଳେ ଏପଟେ ଝିଅ ପକ୍ଷ ଏହି ବିବାହରେ ସହମତି ହୋଇନଥିଲେ । ଝିଅର ପ୍ରେମବିବାହ ପ୍ରତିବାଦରେ ପରିବାର ଲୋକେ ଝିଅ ଦୀପାଞ୍ଜଳୀର ଆଜି ଶୁଦ୍ଧିକ୍ରିୟା କରିଛନ୍ତି । ଏପରିକି ବଜାର ଉପରେ ଝିଅର ଫଟୋ ବ୍ୟାନର ଲଗାଇ ଫୁଲମାଳ ପକାଇ ଅଶୃଳ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।

ଗୋଟିଏ ପକ୍ଷରେ ପୁଅ ଘରେ ବିବାହ,ଭୋଜି,ଚତୁର୍ଥି କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏପଟେ ମାତ୍ର ୨୦୦ ମିଟର ଦୂରତାରେ ଝିଅ ଘରେ ଚାଲିଛି ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ । ଏଭଳି ଏକ ଘଟଣା ସାଧାରଣରେ ଏବେ ବେଶ୍ ଚର୍ଚ୍ଚାର ସାଉଁଟିଛି । ତେବେ ଝିଅକୁ ଜନ୍ମ ଦେଇ ଛୋଟରୁ ବଡ କରି ମଣିଷ କରିଥିବା ବାପା ମା ନେଇଥିବା ନିଷ୍ପତ୍ତି ଭୁଲ୍ । ନା ଏପଟେ ପିଲାଙ୍କ ଖୁସି ପାଇଁ ପୁଅର ବାପା ମା ନେଇଥିବା ନିଷ୍ପତ୍ତି ଭୁଲ୍ । ଆପଣ ହିଁ ଦର୍ଶକବନ୍ଧୁ ବିଚାର କରନ୍ତୁ ଏ ଘଟଣାରେ କିଏ ଠିକ୍ କିଏ ଭୁଲ୍ ।

Spread the love