ଗଣେଶ ଚତୁର୍ଥୀର ଶୁଭ ଲଗ୍ନ ଜାଣନ୍ତୁ…

ପ୍ରତିବର୍ଷ ଗଣେଷ ଚତୁର୍ଥୀକୁ ସାରା ଦେଶରେ ବଡ଼ ଧୂମଧାମରେ ପାଳନ କରାଯାଏ। କିନ୍ତୁ ଏହା ପ୍ରତିଥର ଅଲଗା ଅଲଗା ତାରିଖ ତଥା ଦିନ ମାନଙ୍କରେ ପାଳନ ହୁଏ। ସମାନ ରୁହେ କେବଳ ତିଥି। ଏବେ ସବୁ ପର୍ବ ଦୁଇ ଦିନକୁ ରହୁଥିବା ବେଳେ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ଦ୍ୱନ୍ଦ ଦେଖାଦେଇଛି। କେବେ ଆଉ କିପରି ଏଥର ପ୍ରଭୁ ଗଣେଶଙ୍କୁ ନିଜ ଘରକୁ ସ୍ୱାଗତ କରିବେ ଓ ତାଙ୍କର ପୂଜା କରିବେ ଆଜି  ଜାଣନ୍ତୁ।

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟୋକୋଟି ସମପ୍ରଭଃ
ନିର୍ବିଘ୍ନଂ କୁରୁମେଦେବ ସର୍ବ କାର୍ଯ୍ୟେଷୁ ସର୍ବଦା।।

ବିଘ୍ନ ବିନାଶ ଗଣେଶ ଠାକୁରେ ସମସ୍ତଙ୍କ ବିଘ୍ନ ବା ସମସ୍ୟାକୁ ହରଣ କରନ୍ତି। ଦୁଃଖ ହରିବା ପାଇଁ ସବୁ କାର୍ଯ୍ୟର ଆରମ୍ଭରୁ ତାଙ୍କର ନାମ ସ୍ମରଣ କରାଯାଏ। ତାଙ୍କୁ ପୂଜା କରାଯାଏ। ତେବେ ଚଳିତ ଥର ୧୯ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ପର୍ବ ପଡ଼ୁଛି। ଏହାସହ ୨୮ ସେପ୍ଟେମ୍ବରରେ ଗଣେଶଙ୍କର ବିସର୍ଜନ ହେବ।

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ କୁ ବହୁତ ଖାସ ମନାଯାଏ। ଅନେକ ଏହିଦିନ ଗଣେଶ ପ୍ରଭୁଙ୍କୁ ନିଜ ଘରକୁ ଆଣିଥାନ୍ତି। ସେ ବି ବାଜା ବାଣ ଫୁଟାଇ… ପାଖାପାଖି ୧୦ ଦିନ ପର୍ଯ୍ୟନ୍ତ ଏହି ଉତ୍ସବକୁ ପାଳନ କରାଯାଏ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗଣେଶ ଚତୁର୍ଥୀ ଉତ୍ସବ ଭାଦ୍ରପଦ ମାସ ଶୁକ୍ଳ ପକ୍ଷ ର ଚତୁର୍ଥୀ ତିଥିରେ ପାଳନ କରାଯାଏ। ତେବେ ପ୍ରକୃତ ସମୟ କେତେବେଳେ ଆରମ୍ଭ ହେବ ଜାଣିନିଅନ୍ତୁ:
ଚତୁର୍ଥୀ ତିଥି ୧୮ ସେପ୍ଟେମ୍ବର ୨୦୨୩ ଦ୍ୱିପ୍ରହର ସମୟରୁ ଆରମ୍ଭ ହୋଇ ୨.୦୯ ମିନିଟରେ ଆରମ୍ଭ ହେବ। ଯାହାକି ୧୯ ସେପ୍ଟେମ୍ବର ୩.୧୩ ମିନିଟ ରେ ଶେଷ ହେବ। ତେଣୁ ଆପଣ ବି ପୂଜା ଏହି ସମୟ ମଧ୍ୟରେ ସାରିବା ଉଚିତ।

ଶୁଭ ମୁହୂର୍ତ୍ତ:
ଏହି ଉତ୍ସବରେ ଭକ୍ତ ମାନେ ଗଣେଶ ମୂର୍ତ୍ତି ଆଣି ଘରେ ସ୍ଥାପନା କରିଥାନ୍ତି। ଗଣେଶଙ୍କ ସ୍ଥାପନା କରିବାର ଶୁଭ ସମୟ ୧୯ ସେପ୍ଟେମ୍ବର ସକାଳ ୧୧ ଟା ବାଜି ୭ ମିନିଟରୁ ଆରମ୍ଭ ହୋଇ ୧ ଟା ବାଜି ୩୪ ମିନିଟ ଯାଏ ଅଛି।

ମାନ୍ୟତା ଅନୁସାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୁତ୍ର ଭଗବାନ ଗଣେଣ ଜନ୍ମ ନେଇଥିଲେ। ଦଶ ଦିନ ପରେ ମାନେ ଅନନ୍ତ ଚତୁଦ୍ଦର୍ଶୀ ଦିନ ଗଣପତିଙ୍କ ବିସର୍ଜନ ହୋଇତାଏ। ଚଳିତ ଥର ଏହା ୨୮ ସେପ୍ଟେମ୍ବରରେ କରାଯିବ ।

Spread the love