ଆଗୁଆ ବଜେ୍‌ଟ, ମନମୁଖି ଘୋଷଣା, ବେପରୁଆ ଖର୍ଚ୍ଚ କାହା ସ୍ୱାର୍ଥରେ ? : ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ୱର ତା.୨୦/୦୯: ଚଳିତବର୍ଷ ସ୍ୱାଭାବିକ ସମୟର ତିନି ମାସ ପୂର୍ବରୁ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି । ଅର୍ଥ ବିଭାଗ ୧୦ ରୁ ୩୧ ଜୁଲାଇ ସୁଦ୍ଧା ବିଭିନ୍ନ ବିଭାଗର ପ୍ରସ୍ତାବ ମାଗିଥିଲେ । ସାଧାରଣତଃ ଭାବେ ରାଜ୍ୟ ବା କେନ୍ଦ୍ରରେ ନଭେମ୍ବର ଓ ଡିସେମ୍ବର ମାସରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଥାଏ । ସ୍ୱାଭାବିକ ଭାବେ ଅତିରିକ୍ତ ବଜେଟ ଉପସ୍ଥାପନ ହେବାର ୩ ମାସ ପୂର୍ବରୁ ଉପସ୍ଥାପିତ ହେଉଛି । ଏଥିରୁ ରାଜ୍ୟ ସରକାରଙ୍କ ଦୂର ଦୃଷ୍ଟିକୋଣର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ରମାରଂଜନ ବଳିୟାରସିଂହ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି, ଚଳିତ ୨୦୨୩-୨୪ ଆର୍ôଥକ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ ୩୦ହଜାର କୋଟିର ଆର୍ôଥକ ବଜେଟ୍ ଉପସ୍ଥାପିତ କରିଛନ୍ତି, କିନ୍ତୁ ଦୁଃଖର କଥା ପ୍ରଥମ ୩ ମାସରେ ଖର୍ଚ୍ଚ ହୋଇଛି ମାତ୍ର ୧୪.୬୩ ପ୍ରତିଶତ । ଗତବର୍ଷ ୨୦୨୨-୨୩ରେ ଏହି ସମୟରେ ଖର୍ଚ୍ଚ ମାତ୍ର ୧୨.୨୯ପ୍ରତିଶତ ଥିଲା ଏବଂ କୃଷି କ୍ଷେତ୍ରରେ ଉଭୟ ବର୍ଷ କ୍ରୟ ମାସିକ ଖର୍ଚ୍ଚ ମାତ୍ର ୧୬ପ୍ରତିଶତ । ଅତିରିକ୍ତ ବଜେଟ୍ ଆଣିବାରେ ବାଧା ନାହିଁ କିନ୍ତୁ ରାଜ୍ୟ ସରକାର ସମ୍ବିଧାନିକ ବିଧିବ୍ୟବସ୍ଥାର ଅନୁଛେଦ ୨୦୪, ୨୦୫ର ଉଳଘଂନ କରିଛନ୍ତି । ସମ୍ବିଧାନର ୨୦୫ ପରିଚ୍ଛେଦ ଅନୁଯାୟୀ ରାଜ୍ୟ ସରକାର ଉପଛେଦ ୨୦୪ ଅନୁଯାୟୀ ବ୍ୟୟବରାଦ ହୋଇଥିବା ଅର୍ଥ ଯଦି ନିଅଂଟ ହୋଇଥାଏ କିମ୍ବା ନିର୍ଦ୍ଦିଷ୍ଟ ଭାବେ କୌଣସି ଜରୁରୀ ଆବଶ୍ୟକ ଥାଏ, ତାହାଲେ ଅତିରିକ୍ତ ବଜେଟ୍ ଆଣିବା ପାଇଁ ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ବଜେଟ୍‌ର ବ୍ୟବସ୍ଥା ହୋଇଥିବା ଅର୍ଥର ମାତ୍ର ୧୫ ପ୍ରତିଶତ ଖର୍ଚ୍ଚ ହୋଇଥିବାବେଳେ, ଅତିରିକ୍ତ ବଜେଟ୍ ଆଣିବା ଏବଂ ନିର୍ଦ୍ଧାରିତ ସମୟର ୩ମାସ ପୂର୍ବରୁ ଆଣିବା ଦୁର୍ଭାଗ୍ୟଜନକ ।


ରାଜ୍ୟ ସରକାର ଦାରିଦ୍ର ଦୂରିକରଣ, କୃଷକ ଉନ୍ନତି, ବିଶୁଦ୍ଧ ପାନୀୟ ଜଳ, ମହିଳା ସଶକ୍ତିକରଣ ଆଦି ବିଭାଗକୁ ଗୁରୁତ୍ୱ ଦେଇଥିଲେ । ଦାରିଦ୍ର ଦୂରିକରଣ କ୍ଷେତ୍ରରେ ଓଡ଼ିଶାରେ ପ୍ରତି ତିନି ଜଣରେ ଜଣେ ଗରିବ । କୃଷକ ଉନ୍ନତି କ୍ଷେତ୍ରରେ “ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା” ତଥ୍ୟ ଅନୁଯାୟୀ ଓଡ଼ିଶାର ଚାଷୀ ଅଳ୍ପାୟୁ, ନୀତି ଆୟୋଗ ତଥ୍ୟ ଅନୁସାରେ ଓଡ଼ିଶା ଚାଷୀର ରୋଜଗାର ସର୍ବନିମ୍ନ ମାସିକ ୫,୧୧୨ଟଙ୍କା । ବିଶୁଦ୍ଧ ପାନୀୟଜଳ କ୍ଷେତ୍ରରେ ପଂଚଦଶ ଅର୍ଥ କମିଶନ ୨୦୨୦ ରୁ ୨୦୨୫ ମଧ୍ୟରେ ୫,୨୮୦କୋଟି ଟଙ୍କା, ଜାତୀୟ ଜଳଜୀବନ ମିଶନ ୩,୩୨୮କୋଟି ଟଙ୍କା ଦେଇଥିବାବେଳେ ୮୮ଲକ୍ଷ ପରିବାରକୁ ପାନୀୟଜଳ(ଟ୍ୟାପ ଜଳ) ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଥିଲାବେଳେ ଏ ପର୍ଯ୍ୟନ୍ତ ୪୦ଲକ୍ଷରୁ କମ୍ ପରିବାରକୁ ଜଳ ଯୋଗାଇ ଦିଆଯାଇଛି । ମହିଳା ସଶକ୍ତିକରଣ କ୍ଷେତ୍ରରେ ୪୦ହଜାର ଏସ୍‌ଏଚ୍‌ଜିଙ୍କ ଠାରୁ ୪୬୦କୋଟି ଟଙ୍କା ଋଣ ସହାୟତା ଅଦ୍ୟାବଧି ଅନାଦେୟ ଅଛି । ଘରୋଇ ଫାଇନାନ୍ସ କମ୍ପାନୀ ଉତ୍‌ପୀଡନରେ ପୁରୀ ଜିଲ୍ଲା ଅଳାଁଯୋଡି, ବାଦଲପୁର, ନୟାଗଡର ଦଶପଲ୍ଲା ଅଂଳରେ ଏକାଧିକ ଲୋକ ଓ ଦମ୍ପତି ଆତ୍ମାହତ୍ୟା କରିଛନ୍ତି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ବିଗତ ଦଶନ୍ଧି ଧରି ବଜେଟ୍ ଅର୍ଥ ଅବ୍ୟବସ୍ଥିତ ଢଙ୍ଗରେ ଖର୍ଚ୍ଚ କରାଯାଉଛି ଏବଂ ଦୁର୍ନୀତି, ଭ୍ରଷ୍ଟାଚାର ପାଇଁ ସୁଯୋଗ ଦିଆଯାଉଛି । ପ୍ରତିବର୍ଷ ଡିସେମ୍ବର ସୁଦ୍ଧା ଅଧିକାଂଶ ବିଭାଗରେ ୩୦ ରୁ ୩୫ପ୍ରତିଶତ ଖର୍ଚ୍ଚ ହେଉଥିବାବେଳେ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ବଜେଟ୍‌ର ୭୦ପ୍ରତିଶତ ଖର୍ଚ୍ଚ ହେଉଛି । ଏହି ଅତିରିକ୍ତ ବିଜେଟ୍ କାହା ସ୍ୱାର୍ଥ ପାଇଁ? ଅନୁଦାନ, ଅନୁମୋଦନ ବିଳମ୍ବ ଦେଖାଇ ବଜେଟ୍‌ର ସିଂହଭାଗ (୭୦ପ୍ରତିଶତ) ଖର୍ଚ୍ଚ ହେବା ଫଳରେ ଦୁର୍ନୀତି ଚରମ ସୀମାରେ ପଂହଚୁଛି । ଓଡ଼ିଶାରେ ବିଭିନ୍ନ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ନୀତିକୁ ଜଳାଞ୍ଜଳି ଦେଇ ମନଇଛା ଖର୍ଚ୍ଚକୁ ସିଏଜି ତରଫରୁ ବାରମ୍ବାର ତାଗିଦ୍ କରାଯାଇଛି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ପୂର୍ବରୁ କେନ୍ଦ୍ରୀୟ ଅନୁଦାନ ସମ୍ପର୍କରେ ସଠିକ୍ ତଥ୍ୟ ରାଜ୍ୟ ନିକଟରେ ନଥିବା କାରଣରୁ ଆର୍ôଥକ ବ୍ୟୟ ବ୍ୟବସ୍ଥାରେ ଅସନ୍ତୁଳନ ଦେଖାଦେଉଥିଲା । ଏଣିକି କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କ୍ଷେତ୍ରରେ “ଜଷ୍ଟ୍ ଇନ୍ ଟାଇମ୍‌” ନୀତି ପ୍ରଚଳନ ହେଉଥିବାରୁ ଓଡ଼ିଶା ମଧ୍ୟ ଏହାକୁ ଆପଣାଇବାକୁ ବାଧ୍ୟ । ଏଫଆରବିଏମ୍ ଆକ୍ଟ ପ୍ରଚଳନ ହେଲା ପରେ ଦ୍ୱିତୀୟ ସପ୍ଲିମେଂଟାରୀ ବଜେଟ୍‌ର ସମ୍ଭାବନା ନାହିଁ । ଏବେ କେନ୍ଦ୍ର ସରକାର କେଉଁ ସ୍କିମ୍‌ରେ କେତେ ଟଙ୍କା ଦେବ ତାହା ସ୍ପଷ୍ଟ । ପୂର୍ବରୁ ୨୦୧୯ରେ “ଆମ ଗାଁ ଆମ ବିକାଶ” କଥା କୁହାଯାଇ ୧୫ଶହ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଥିଲା । ଏବେ “ଆମ ଓଡ଼ିଶା ନବୀନ ଓଡ଼ିଶା” କଥା କୁହାଯାଇ ୪ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି, ଅଥଚ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉପେକ୍ଷା କରାଯାଇଛି । ଫଳତଃ ନବନିର୍ବାଚିତ ସମିତି ସଭ୍ୟ ଓ ସରପଂଚମାନଙ୍କ ଗଣତନ୍ତ୍ର ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ବାବୁ ରାଜ୍ ବନ୍ଦ କରିବା ପାଇଁ ପ୍ଲାଏକାର୍ଡ ଧରି ବୁଲୁଛନ୍ତି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ନିର୍ବାଚନ ପୂର୍ବରୁ ଘୋଷିତ ବିଜୁ ଯୁବବାହିନୀ, ପିଠା ଯୋଜନା, ମୋ ପୋଖରୀ, ଆମ ଗାଁ ଆମ ବିକାଶ ଗଲା କୁଆଡେ । ଦୁର୍ଭାଗ୍ୟର କଥା ବଜେଟ୍ ଗୋଟେ ଆଡେ ଘୋଷଣା ଗୋଟେ ଆଡେ । ରାଜ୍ୟ ସରକାର ଦିଶା, ଦିଗ, ଲକ୍ଷ୍ୟ ଯୋଜନା ବିହିନ । ଆନୁଆଲ ବଜେଟ୍ “ପିପୁଲ୍ସ୍ ଗାଇର୍ଡ”ରେ ୨୦୧୬-୧୭ରେ ଏହା କୃଷି ଓ କୃଷକ କୈନ୍ଦ୍ରିକ କୁହାଗଲା ବେଳେ ୨୦୨୧-୨୨ ଏବଂ ୨୦୨୩-୨୪ରେ ପିପୁଲ୍ସ ଗାଇର୍ଡରେ କୁହାଗଲା ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା କୁହାଗଲା ଏବେ ନୂଆ ଓଡ଼ିଶା ନବୀନ ଓଡ଼ିଶା କୁହାଯାଉଛି । ମିଶନଶକ୍ତି ୫ଟି ଅକ୍ଷରରୁ ମିଶନ ଶବ୍ଦ ଛୋଟ “ଶକ୍ତି” ବଡ କରି ଲେଖାଯାଉଛି । ରାଜ୍ୟ ସରକାର ଆଉ ମିଶନ ମୋଡରେ ନାହାନ୍ତି, ରାଜନୀତିରେ ଭୋଟ ସଂଗ୍ରହ ପାଇଁ ଶକ୍ତି ସଂଗ୍ରହକୁ ଗୁରୁତ୍ୱ ଦେଉଛନ୍ତି । ୨୦୨୩-୨୪ରେ ୧୦ଟି ପ୍ରାୟୋରିଟ୍ ଡିପାଟମେଂଟ(ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ)ରେ ମହିଳା ମିକାଶର ନାଁ ନାହିଁ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ଗତ ୨ଦିନ ତଳେ ମନ୍ତ୍ରୀମଣ୍ଡଳ ବୈଠକରେ ୧ହଜାର ନୂଆବସ୍ କିଣାଯିବା ପାଇଁ ପ୍ରସ୍ତାବ ପାରିତ ହୋଇଛି । ୨୦୧୦ରୁ ପ୍ରଚଳିତ କେନ୍ଦ୍ରୀୟ ଜବାହାରଲାଲ ନେହେରୁ ସ୍କିମ୍‌ରେ କେନ୍ଦ୍ର ୭୦ପ୍ରତିଶତ ସବ୍‌ସିଡି ଦେଲାବେଳେ ରାଜ୍ୟ ସରକାର ଅପରେଟମାନଙ୍କ ଠାରୁ ୩୦ପ୍ରତିଶତ ସହଯୋଗ ରାଶି ସଂଗ୍ରହ କଲେ । ଦେଢ଼ ବର୍ଷକାଳ ବସ୍ ପଡିରହିଲା, ଏବେ ୫୦୦ବସ୍ ଖତ ଖାଉଛି । ନୂଆ ଗାଡି କିଣା ଯାଇ ପ୍ରମୋଟରମାନଙ୍କୁ ଯାତ୍ରୀ ବସନ୍ତୁ ନବସନ୍ତୁ କିଲୋମିଟର ପିଛା ପଇସା ଦେବା ଦିଲ୍ଲୀ, ବମ୍ବେ, ତାମିଲନାଡୁ ପ୍ରମୋଟରଙ୍କୁ ଉତ୍ସାହିତ କରିବା ଉର୍ଦ୍ଦେଶ ନୁହେଁ ତ? ଓଡ଼ିଶାରେ ଯେଉଁ ୫ହଜାରରୁ ଊର୍ଦ୍ଧ୍ୱ ପ୍ରାଇଭେଟ୍ ବସ୍ ଚାଲିଛି ସେହି କର୍ମଚାରୀମାନଙ୍କ ଜୀବନ ଜୀବିକା କ’ଣ ହେବ । ବସ୍ ଗୁଡିକର କ୍ରୟ ବ୍ୟବସ୍ଥା ଉପଯୁକ୍ତ ମୂଲ୍ୟଠାରୁ ଯଥେଷ୍ଟ ଅଧିକ ନୁହେଁ କି ବୋଲି ଶ୍ରୀ ବଳିୟାରସିଂହ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ଉପସ୍ଥିତ ଥିଲେ ।

Spread the love