ଦିଲ୍ଲୀ ନିର୍ବାଚନ : 8 ରେ ମତଦାନ, 11ରେ ଫଳାଫଳ

ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଆଜି ଘୋଷଣା ହୋଇଛି । ନିର୍ବାଚନ ଆୟୋଗ ସୋମବାର ପ୍ରେସ କନଫ୍ରେନ୍ସ କରି ତାରିଖ ଘୋଷଣା କରିଛନ୍ତି । ଫେବୃଆରୀରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେବାକୁ  ଥିବାବେଳେ 11 ତାରିଖରେ ଫଳାଫଳ ଘୋଷଣା ହେବ । ଦିଲ୍ଲୀରେ ବିଧାନସଭା ସିଟ୍ 70 ପାଇଁ ମତଦାନ କରାଯିବ । 14 ଜାନୁଆରୀ ଦିନ  ନୋଟିଫିକେସନ ତାରିଖ ଥିବାବେଳେ 21 ତାରିଖରେ ନୋମିନେସନର ଶେଷ ତାରିଖ ରହିଛି ।  ଜାନୁଆରୀ 24 ରହିଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ତାରିଖ। ମୋଟ୍ 2689 ଟି ସ୍ଥାନରେ ଭୋଟିଂ ହେବ। 13 757 ଟି ସ୍ଥାନରେ ପୋଲିଂ ବୁଥ୍ ରହିବ। ଦିଲ୍ଲୀର ଭୋଟର ସଂଖ୍ୟା 1 କୋଟି 46 ଲକ୍ଷ ରହିଛନ୍ତି। 90  ହଜାର କର୍ମଚାରୀ ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବେ।

Spread the love