ବିଶ୍ୱ ଦେଖିବ ତୃତୀୟ ବିଶ୍ୱଯୁଦ୍ଧ ! ଟ୍ରମ୍ପଙ୍କ ମୁଣ୍ଡକାଟ ପାଇଁ ଇରାନ ଘୋଷଣା କଲା ଇନାମ

ଇରାନ ଓ ଆମେରିକା ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି।  ଇରାନ ପକ୍ଷରୁ କୁହାଯାଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡକାଟ କଲେ ମିଳିବ ବଡ ପୁରସ୍କାର। ଯେଉଁ ଲୋକେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ କାଟ କରିବ ତାକୁ 80 ମିଲିୟନ ଆମେରିକୀୟ ଡଲାର ବା ଭାରତୀୟ ମୂଦ୍ରାରେ ପ୍ରାୟ 576କୋଟି 13ଲକ୍ଷ 20 ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଛି ।

ତେବେ ପୁରସ୍କାର ଘୋଷଣା କରିଥିବା ସଂସ୍ଥା ଏହା ମଧ୍ୟ କହିଛି ଏହି ଟଙ୍କା ଇରାନ ନାଗରିକଙ୍କ ଠାରୁ ସଂଗ୍ରହ କରାଯିବ ସୁଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପ୍ରତ୍ୟେକ ଇରାନ ନାଗରିକ ମୁଣ୍ଡ ପିଛା ଏକ ଡଲାର ଟଙ୍କା ସାହାର୍ଯ୍ୟ କରନ୍ତୁ  । ତେବେ ଇରାନ ସଂସ୍ଥାର ଏଭଳି ଘୋଷଣା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ବିଗିଡିବାର ଆଶଙ୍କା ସୃଷ୍ଟି ହୋଇଛି ।

ପ୍ରକାଶ ଥାଉକି, ଆମେରିକା ଓ ଇରାନ ପରସ୍ପର ବିରୋଧରେ ବିଷ ଓଗାଳିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ଇରାକ ସଂସଦ ଏକ ସଂକଳ୍ପ ପାରିତ କରିଛି। ଯେଉଁଥିରେ ଆମେରିକା ସୈନ୍ୟଙ୍କୁ ତୁରନ୍ତ ଇରାକ ଛାଡ଼ିବାକୁ କୁହାଯାଇଛି। ହେଲେ ଇରାକର ଏଭଳି ଆଭିମୁଖ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚିହିଁକି ଉଠିଛନ୍ତି। ଯଦି ଆମେରିକା ଟ୍ରୁପକୁ ଇରାକ ଛାଡ଼ିବାକୁ କୁହାଯାଏ, ତା’ହେଲେ ବାଗଦାଦକୁ ଏଥିପାଇଁ ଅନେକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ଆମେ ଏମିତି କଟକଣା ଲଗାଇବୁ ଯେ ଇରାକ ପୂର୍ବରୁ କେବେ ବି ଏଭଳି ସଙ୍କଟ ସ୍ଥିତିର ସମ୍ମୁଖୀନ ହୋଇ ନଥିବ ବୋଲି ଆଜି ଟ୍ରମ୍ପ ଧମକ ଦେଇଛନ୍ତି।

ସେ କହିଛନ୍ତି, “ଯଦି ଆମେରିକା ଟ୍ରୁପ ଇରାକ ଛାଡ଼ୁ ବୋଲି ବାଗଦାଦ ଚାହୁଁଛି, ତା’ହେଲେ ଆମେ ସେଠାରେ ନିର୍ମାଣ କରିଥିବା ଏୟାର ବେସ୍‌ର ଟଙ୍କା ସରକାର ପ୍ରଥମେ ଦିଅନ୍ତୁ। ଆମେ ବହୁତ ଟଙ୍କା ଖର୍ଚ୍ଚ କରି ସେଠାରେ ଏୟାର ବେସ ତିଆରି କରିଛୁ। ଏଥିପାଇଁ ବିଲୟନ ବଲିୟନ ଡଲାର ଖର୍ଚ୍ଚ ହୋଇଛି। ମୁଁ କ୍ଷମତାକୁ ଆସିବା ପୂର୍ବରୁ ହିଁ ଏହା ଗଠନ ହୋଇଥିଲା। ଯେଉଁ ପର୍ଯ୍ୟନ୍ତ ଏନେଇ ଇରାକ ଆଥିର୍କ ସହାୟତା କରିନାହିଁ, ସେତେବଳ ଯାଏ ଆମେ ଇରାକ ଛାଡ଼ିବୁ ନାହିଁ। ଯଦି ଆମକୁ ସେଠାରୁ ବାଧ୍ୟ କରି ଛାଡ଼ିବାକୁ କୁହାଯାଏ, ତା’ହେଲେ ଏହାର ପରିଣାମ ଇରାକକୁ ଭୋଗିବାକୁ ପଡ଼ିବ। ଆମେ ଏମିତି କଟକଣା ଲଗାଇବୁ ଯେ ସେକଥା ଇରାନ କେବେ ବି ଚିନ୍ତା କରି ନଥିବ। ଆମେରିକାର ଏପରି ବୟାନ ପରେ ଇରାନ ଆହୁରି ଚିହିଁକି ଉଠିଛି। ଏବଂ ଦୁଇଦେଶ ମଧ୍ୟରେ ବିବାଦ ଆହୁରି ବଢିବାରେ ଲାଗିଛି ।

Spread the love