କାମ କରିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି ରାଜକନିକା ଅଞ୍ଚଳର ୩୮ଜଣ ଶ୍ରମିକ

ରାଜକନିକା:   କାମ କରିବାକୁ ଯାଇ ଫସିଲେ ଶ୍ରମିକ । ଥାଇଲାଣ୍ଡରେ ଫସିରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ୩୮ଜଣ ଶ୍ରମିକ । ଏକ ପ୍ଲାଏଉଡ୍ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ସେଠାରେ କମ୍ପାନୀ କର୍ମଚାରୀଙ୍କ ଦ୍ବାରା ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ୨ମାସ ହେଲା କାମ କରୁଥିଲେ ବି ଦରମା ଦେଉନାହିଁ କମ୍ପାନୀ । ସେମାନଙ୍କ ପାର୍ସପୋର୍ଟକୁ ଜୋରଜବରଦସ୍ତ ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଫଳରେ ଭୋକ ଉପାସରେ ଜୀବନ କାଟୁଛନ୍ତି ୩୮ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବାକୁ ଏକ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି ।

Spread the love