‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ, ମୋତେ ୧୦ଟା ଯାଏଁ କେହି ଡିସଟର୍ବ କରିବ ନାହିଁ’

ଅହମଦାବାଦ: ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇ ପାକିସ୍ତାନକୁ ବ୍ୟାଟିଙ୍ଗ୍‌ ସୁଯୋଗ ଦେଇଛନ୍ତି। ଭାରତ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ କ୍ରିକେଟ ଜଗତ ଓ ଚଳଚ୍ଚିତ୍ର ଜଗତରୁ ଅନେକ ଫ୍ୟାନ ଯାଇ ଅହମଦାବାଦରେ ପହଞ୍ଚିଛନ୍ତି। ଏହି କ୍ରମରେ ବିରାଟଙ୍କ ସମର୍ଥନ କରିବା ପାଇଁ ଅନୁଷ୍କା ପହଞ୍ଚିଥିବା ବେଳେ ସଚିନ ତେନ୍ଦୁଲକର, ଗାୟକ ଅରିଜିତ ସିଂହ ମଧ୍ୟ ଅହମଦାବାଦରେ ପହଞ୍ଚି ଆରମ୍ଭ ହୋଇଥିବା ଖେଳକୁ ଉତ୍ସାହର ସହ ଦେଖୁଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଅଭିନେତା ବରୁଣ ଧାୱନ ଭାରତୀୟ ଦଳର ଜର୍ସି ପିନ୍ଧି ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଇଣ୍ଡିଆ ଇଣ୍ଡିଆ ଇଣ୍ଡିଆ। ଆମେ ମନରୁ ଖେଳିବୁ, ଆମେ ସମ୍ମାନର ସହ ଖେଳିବୁ।’

ଏଥିସହିତ ଅଭିନେତା ଅର୍ଜୁନ କପୁର ବି ମ୍ୟାଚ ଦେଖିବାରେ ବ୍ୟସ୍ତ ଅଛନ୍ତି। ସେ ମ୍ୟାଚ ଦେଖିବା ପୂର୍ବରୁ ନିଜର ଇନଷ୍ଟା ‌ଷ୍ଟୋରୀରେ ଏନ ନୋଟିସ ପୋଷ୍ଟ କରିଥିଲେ। ଏହି ନୋଟିସରେ ସେ ଲେଖିଥିଲେ, ‘ଆଜି ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମୁଁ ଉପଲବ୍ଧ ରହିବି ନାହିଁ। ମୋତେ ଯୋଗଯୋଗ କରିବାକୁ ଚେଷ୍ଟା କରିବ ନାହିଁ କି ଡିସଟର୍ବ କରିବ ନାହିଁ। କାରଣ ଏହି ମ୍ୟାଚ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି। ମୁଁ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ -୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଦେଖିବା ପାଇଁ ବହୁତ କଷ୍ଟରେ ସମୟ ବାହାର କରିଛି।’

Spread the love