ଆରମ୍ଭ ହେଲା ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀଯାତ୍ରା, ଜାଣନ୍ତୁ ଏହାର ପରମ୍ପରା

ଆଶ୍ଵିନ ମାସ ଆସିଲେ ଭାରତର କୋଣେ ଅନୁକୋଣେ ହୋଇଥାଏ ଦେବୀ ଉପାସନା । ଆଉ ଏସବୁ ଭିତରେ ମନ୍ଦିରମାଳିନୀ ସହର ସୁବର୍ଣ୍ଣପୁରରେ ମଧ୍ୟ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ମହାବଳୀ ଯାତ୍ରା । ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଖଣ୍ଡାଧୁଆ ପର୍ବରୁ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ମହାବଳଳୀ ଯାତ୍ରାର ପରମ୍ପରା । ଅନ୍ୟଠି ଦିନେ ବା ଦୁଇଦିନ ଏହି ବଳିଯାତ୍ରା ହେଉଥିବାବେଳେ ସୁବର୍ଣ୍ଣପୁରରେ କିନ୍ତୁ ନଅ ଦିନ ଧରି ଅନୁଷ୍ଠିତ ହୋଇଥାଏ ଏହି ଯାତ୍ରା। ଅମାବାସ୍ୟର ବୁଢାରଜା ବଳୀରୁ ଆରମ୍ଭ ହୋଇଥିବା ବଳିଯାତ୍ରା ପୂର୍ଣ୍ଣମୀରେ ଶେଷ ହୋଇଥାଏ।

ସୁବର୍ଣ୍ଣପୁରକୁ କେବଳ ମନ୍ଦିରମାଳିନୀ ସହର ବୋଲି ବୁଝିଲେ ହେବନାହିଁ। ପ୍ରାଚୀନ ସୁବର୍ଣ୍ଣପୁରର ଲୋକସଂସ୍କୃତି, ପରମ୍ପରା ଓ ଅନ୍ୟାନ୍ୟ ସାଂସ୍କୃତିକ ବିଭବର ସ୍ଥାନ ନିଆରା ନିଶ୍ଚିତ। କାହିଁ କେତେ ଦିନରୁ ରାଜ ରାଜୁଡ଼ା ଅମଳରୁ ହୋଇ ଆସୁଥିବା ବଳିଯାତ୍ରା ପାରମ୍ପରିକତା ସହ ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ଆଶ୍ଵିନ ଅମାବାସ୍ୟାଠାରୁ ପୂର୍ଣ୍ଣମୀଯାଏଁ ଦୀର୍ଘ ୧୫ ଦିନ ଧରି ଅନୁଷ୍ଠିତ ହୋଇଥାଏ ମହାବଳୀ ଯାତ୍ରା। ତେବେ ଯାତ୍ରା ପୂର୍ବରୁ ଅଷ୍ଟମୀ ତିଥିରୁ ଖଣ୍ଡାଧୁଆ ପର୍ବରୁ ଆରମ୍ଭ ହୋଇଯାଏ ବଳିଯାତ୍ରାର ପରମ୍ପରା।

ବଳିଯାତ୍ରା ଆରମ୍ଭ ହୋଇଥାଏ ଉଆଁସ ବଳୀ ବା ବୁଢାରଜା ବଳୀରୁ। ପ୍ରଥମେ ବାଉତୀ ଛତର ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ବାହାରି ସମଲେଇ ମନ୍ଦିରରେ ପହଂଚିଥାଏ। ପରେ ବାଉତି ଛତର ସହ ଉଆଁସ ବଳି ସମଲେଈ ମନ୍ଦିରରୁ ବାହାରି ବୁଢ଼ାରଜାକୁ ଯାଏ। ସେଠାରେ ବୁଢାରଜା ବଳୀ ଅୁନୁଷ୍ଠିତ ହେବାପରେ ପର୍ଯ୍ୟାୟକ୍ରମେ ଖଉଳବଳି, ନିଶାବଳି, ଡ଼ାଙ୍ଗୁଆବଳି, ଗାୟନ ବଳି ଓ ମହାବଳୀ ଏବଂ ଶେଷରେ ପୂର୍ଣ୍ଣମୀବଳିରେ ଶେଷ ହୋଇଥାଏ ମହାବଳୀ ଯାତ୍ରା। ଏଣୁ ଏବେଠୁ ସେବାୟତମାନେ ନିଷ୍ଠାର ସହ ଯାତ୍ରାରେ ସାମିଲ ହେଲେଣି।

ଯନ୍ତ୍ର ,ମନ୍ତ୍ର,ତନ୍ତ୍ର ର ସହର ଭାବେ ପରିଚିତ ଥିବା ସୋନପୁରର ପ୍ରସିଦ୍ଧ ମହାବଳୀଯାତ୍ରା କାହିଁ କେଉଁ କାଳରୁ ପାଳନ ହୋଇ ଆସୁଛି। ରାଜା ରାଜୁଡା ସମୟରୁ ଏହା ପ୍ରତ୍ୟହ ବର୍ଷ ଆଶ୍ଵିନ ଅମାବାସ୍ୟାଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶୋହଳ ସମ୍ପ୍ରଦାୟ ଦ୍ଵାରା, ଶୋଡଷ ଉପଚାରରେ, ଶୋଡଷ ଭରଣୀ ବାଦ୍ୟ ଏବଂ ଶୋହଳବଳୀ ମାଧ୍ୟମରେ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହୋଇଆସୁଛି ଏହି ବଳୀଯାତ୍ରା।

ହେଲେ ଚଳିତ ବର୍ଷ ମାଁ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ଵରି,ସମଲେଶ୍ଵରୀ,ମାହେଶ୍ଵରୀ,ପରମେଶ୍ଵରୀ ବୁଢାରଜା ଆଦି ସ୍ଥାନ ମାନଙ୍କରେ ଷୋଡସ ଉପଚାରରେ ମାଁଙ୍କ ପୂଜାର୍ଚ୍ଛନା କରାଯିବା ସହ ଆରମ୍ଭ ହୋଇ ଯାଇଛି ବଳିଯାତ୍ରା। ପରଂମ୍ପରା ଅନୁଶାରେ ପ୍ରତ୍ୟହ ସଂନ୍ଧ୍ୟାରେ ପର୍ଯ୍ୟାୟ କ୍ରମେ ଉଆଁସ ବଳୀରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ବଳୀରେ ଶେଷ ହୁଏ ବଳୀଯାତ୍ରା। ଏହା ଖଣ୍ଡାଧୁଆ ପର୍ବରୁ ଯାତ୍ରା ପରମ୍ପରା ଆରମ୍ଭ ହୋଇସାରିଥିବାବେଳେ ପର୍ଯ୍ୟାୟକ୍ରମେ ଯାତ୍ରା ଅନୁଷ୍ଠିତ ହେବାନେଇ ସୂଚନା ଦେଇଛନ୍ତି ସମେଲଇ ମନ୍ଦିର ପୂଜକ। ଯାହାକି ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ଲୋକଙ୍କ ସମାଗମ ହୋଇଥାଏ।

Spread the love