ଆସନ୍ତା ୨୮ରେ ଭୁବନେଶ୍ୱର ଆସିବ ରାଜ୍ୟରୁ ସଂଗୃହୀତ ମାଟି କଳସ

ଭୁବନେଶ୍ୱର, ତା.୧୭/୧୦: “ମାଟିକୁ ନମନ୍‌, ବୀରଙ୍କୁ ବନ୍ଦନ” । ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଦେଶବ୍ୟାପୀ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ ଘର ଘର ବୁଲି କଳସରେ “ମାଟି ସଂଗ୍ରହ” କରାଯାଉଛି । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । କଳସରେ ସଂଗୃହୀତ ମାଟି ଏକାଠି ହୋଇ ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ପ୍ରତିଷ୍ଠା କରାଯିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଜେପି ତରଫରୁ ରାଜ୍ୟର କୋଣ ଅନୁକୋଣରୁ ମାଟି ସଂଗ୍ରହ କରାଯାଉଛି । ପ୍ରଥମେ ସଂଗୃହୀତ ମାଟି କଳସକୁ ବ୍ଲକ ସ୍ତରରେ ଏକାଠି କରାଯିବା ପରେ ଆସନ୍ତା ୨୮ ତାରିଖ ଦିନ ସମସ୍ତ ବ୍ଲକରୁ ଭୂବନେଶ୍ୱରକୁ ଅଣାଯିବ । ଏହା ପରେ ଦିଲ୍ଲୀକୁ ପଠାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ସରୋଜ କର, କସ୍ତୁରୀ ମିଶ୍ର, ବରିଷ୍ଠ ନେତା ସଜ୍ଜନ ଶର୍ମା, ଅନିତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରତକାନ୍ତ ଦାଶ, ନିରଞ୍ଜନ ମିଶ୍ର, ପିଙ୍କି ପ୍ରଧାନ, ସୁଜାତା ପାଢୀ, ଅର୍ପିତା ଅପରାଜିତା ବଡଜେନା, ସ୍ୱଂୟପ୍ରକାଶ ବରାଳ, ସୁଜିତ୍ କୁମାର ଦାସ, ରଶ୍ମୀରଂଜନ କାନୁନଗୋ, ମନସ୍ମିତା ଖୁଂଟିଆ, କାନନବାଲା ପଟ୍ଟନାୟକ, ନିୟତି ଗିରି, ଚିତ୍ରଲେଖା ମହାନ୍ତି, ମହେଶ ମହାନ୍ତି ପ୍ରମୁଖଙ୍କ ସମେତ ଜିଲ୍ଲା ତଥା ରାଜ୍ୟର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love