ଲଘୁଚାପ ବର୍ଷା ନେଇ ଏସ୍‌ଆରସି ପକ୍ଷରୁ ସତର୍କ ସୂଚନା ଜାରି: ୨୬ ଯାଏଁ ସମୁଦ୍ରକୁ ନଯିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏକ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇପାରେ। ତେବେ ବର୍ଷା ପୂର୍ବରୁ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ତରଫରୁ ସତର୍କ ସୂଚନା ଜାରି ହୋଇଛି। ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ର ଭିତରକୁ ନଯାଆନ୍ତୁ ବୋଲି ପରାମର୍ଶ ଦିଆଯାଇଛି। ସେହିଭଳି ଯେଉଁମାନେ ମତ୍ସ୍ୟ ଧରିବାକୁ ଯାଇ ଏବେ ସମୁଦ୍ର ଭିତରେ ଅଛନ୍ତି, ସ୍ଥଳଭାଗକୁ ଶୀଘ୍ର ଫେରି ଆସିବା ପାଇଁ ପରାମର୍ଶ ଜାରି କରାଯାଇଛି। ଯେଉଁ ଜିଲ୍ଲା ପାଇଁ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି ସେଠାକାର ପ୍ରଶାସନକୁ ଏସ୍‌ଆରସି ପକ୍ଷରୁ ସତର୍କ ରହିବାକୁ କୁହାଯାଇଛି। ସହରାଞ୍ଚଳର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି। ଯଦି ପ୍ରବଳ ବର୍ଷା ହୁଏ, ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦିଆଯାଇଛି। ପୌରାଞ୍ଚଳଗୁଡ଼ିକୁ ଡ୍ରେନ୍‌ ଉପରେ ନଜର ରଖିବାକୁ କୁହାଯାଇଥିବା ବେଳେ ପାଗ ଉ‌ପରେ ନଜର ରଖି ଲୋକଙ୍କୁ ବାହାରକୁ ଯିବା ପାଇଁ କୁହାଯାଇଛି। ସେହିପରି ବଜ୍ରଘାତ ଉପରେ ନଜର ରଖିବା ପାଇଁ ଅପିଲ କରାଯାଇଛି। କୌଣସି କ୍ଷୟକ୍ଷତିର ସାମ୍ନା କରିଥିଲେ ଏବାବଦରେ ଶୀଘ୍ର ସୂଚନା ଦେବାକୁ କୁହାଯାଇଛି।

ଏହା ଆଜି ରାତି ( ଅକ୍ଟୋବର ୨୨) ସୁଦ୍ଧା ଏକ ଗଭୀର ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହେବ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରଉପକୂଳ ନିକଟରେ ପହଞ୍ଚିବ ଓ ସେଠାରୁ ପୁଣି ଉତ୍ତର-ପୂର୍ବରେ ଦିଗ ପରିବର୍ତ୍ତନ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ଓ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ ଓ ଝଟକା ଘଣ୍ଟାପ୍ରତି ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ୨୩ ତାରିଖ ପରଠାରୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ପବନର ବେଗ ବଢିବ ଓ ତାହା ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ

।ହି ଅବପାତ ପ୍ରଭାବରେ ୨୨ ତାରିଖ ରାତିଠାରି ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ହାଲକା ବର୍ଷା ହେବ । ବିଶେଷକରି ୨୩ ଓ ୨୪ ତାରିଖରେ ଉତ୍ତର-ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗର କେତେକ ଅଂଚଳରେ  ମଧ୍ୟମ ଧରଣର ବର୍ଷା ହେବ। ସ୍କାଏମେଟ ଆହୁରି ମଧ୍ୟ କହିଛି ଯେ ଏହି ଅବପାତ ଓଡ଼ିଶା ଉପକୂଳଠାରୁ ସୁରକ୍ଷିତ ଦୂରତାରେ ସମୁଦ୍ର ଭିତରେ ଗତି କରି ବାଂଲାଦେଶ ଅଭିମୁଖେ ଯିବ ।

Spread the love