ରାବଣକୁ ଜ୍ୱାଇଁ ଭାବି କରନ୍ତି ପୂଜା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଏଭଳି ପ୍ରଥା

ଆଜି ସମଗ୍ର ଦେଶ ପାଳନ କରୁଛି ଦଶହରା । ସବୁଆଡ଼େ ବାଣ ଫୁଟିବା ଶବ୍ଦ । ରାବଣକୁ ଦଶହାରା ବାସୀ ଦିନ ଜଳା ଯାଏ, ଏହା ତ ଆପଣମାନେ ନିଶ୍ଚିତ ଜାଣିଥିବେ । ସମଗ୍ର ଭାରତର ଲୋକମାନେ ରାବଣକୁ ଦୁଷ୍ଟର ପ୍ରତୀକ ଭାବେ ଦଶହରା ଦିନ ରାବଣକୁ ଜାଳିଥାନ୍ତି । କିନ୍ତୁ ଆମ ଦେଶ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ରାବଣକୁ ଜଳାଇବା ତ ଦୂରର କଥା ଏହି ସ୍ଥାନରେ ରାବଣକୁ ପୂଜା କରାଯାଏ । ଏପରିକି ଏହି ସ୍ଥାନର ଲୋକମାନେ ରାବଣକୁ ସେମାନଙ୍କର ଜ୍ବାଇଁ ବୋଲି ଭାବନ୍ତି। ତେବେ ଆସନ୍ତୁ ଜାଣିବା ଏହି ସ୍ଥାନ ସହିତ ରାବଣର କିପରି ଏତେ ଗଭୀର ସମ୍ପର୍କ ରହିଛି ଏବଂ ଲୋକମାନେ କାହିଁକି ରାବଣକୁ ସେମାନଙ୍କର ଜ୍ୱାଇଁ ଭାବରେ ମାନି ପୂଜା କରନ୍ତି ।

ଏହି ସ୍ଥାନ କେଉଁଠାରେ ଅଛି ?
ଆମେ ଯେଉଁ ସ୍ଥାନ ବିଷୟରେ କହୁଛୁ ତାହା ମଧ୍ୟପ୍ରଦେଶରେ ଅଛି । ତେବେ ମଧ୍ୟପ୍ରଦେଶର ମନ୍ଦସୌରରେ ଲୋକମାନେ ରାବଣକୁ ତାଙ୍କ ଜ୍ୱାଇଁ ବୋଲି ଭାବିଥାନ୍ତି, ଯେଉଁଥିପାଇଁ ଲୋକମାନେ ରାବଣକୁ ଏଠାରେ ପୂଜା କରନ୍ତି । କୁହାଯାଏ ଯେ ରାବର ପତ୍ନୀ ମନ୍ଦୋଦରୀଙ୍କର ମନ୍ଦସୌରରେ ଘର ଥିଲା, ସେଥିପାଇଁ ଏଠାକାର ଲୋକମାନେ ଆଜି ଯାଏଁ ରାବଣକୁ ନିଜର ଜ୍ୱାଇଁ ବୋଲି ଭାବନ୍ତି । ମନ ଧ୍ୟାନ ଲଗାଇ ରାବଣକୁ ପୂଜା କରନ୍ତି ।

ରାବଣର ପ୍ରତିମାକୁ ପୂଜା କରାଯାଏ :

ଦଶହରା ସନ୍ଧ୍ୟାରେ ସମଗ୍ର ଦେଶରେ ରାବଣକୁ ଜଳା ଯାଉଥିବାବେଳେ ମନ୍ଦସୌରରେ ରାବଣର ପୂଜା କରାଯାଏ । ମନ୍ଦସୌର ଠାରେ ଥିବା ରୁଣ୍ଡି ଅଞ୍ଚଳରେ ରାବଣର ଏକ ପ୍ରତିମା ମଧ୍ୟ ଅଛି ଯାହାକୁ ପୂଜା କରାଯାଏ । ଏଠାରେ ଲୋକମାନେ ଫୁଲମାଳ ଅର୍ପଣ କରି ରାବଣକୁ ପୂଜା କରନ୍ତି । ମନ୍ଦସୌର ବ୍ୟତୀତ ଆହୁରି ଅନେକ ସ୍ଥାନ ଅଛି ଯେଉଁଠାରେ ରାବଣ ପୂଜା କରାଯାଏ । ଭାରତ ବ୍ୟତୀତ ଶ୍ରୀଲଙ୍କାରେ ମଧ୍ୟ ଅନେକ ସ୍ଥାନ ଅଛି ଯେଉଁଠାରେ ରାବଣକୁ ପୂଜା କରାଯାଏ ।

ଏହି ସ୍ଥାନରେ ଅଛି ରାବଣର ମୃତଦେହ :
ଶ୍ରୀଲଙ୍କାର ରଗୈଲା ଜଙ୍ଗଲରେ ରାବଣର ମୃତଦେହ ପ୍ରାୟ ୮ ହଜାର ଫୁଟ ଉଚ୍ଚରେ ରଖାଯାଇଛି ବୋଲି ବିଶ୍ୱାସ କରାଯାଏ । ଲୋକମାନେ ବିଶ୍ୱାସ କରନ୍ତି ଯେ ରାବଣର ଶରୀରକୁ ମମି ଆକାରରେ ସଂରକ୍ଷିତ କରି ରଖାଯାଇଛି । ଶ୍ରୀଲଙ୍କା ପରିଦର୍ଶନ କରୁଥିବା ଲୋକଙ୍କ ପାଇଁ ଏହି ସ୍ଥାନ ଏକ ବଡ଼ ପର୍ଯ୍ୟଟନ ସ୍ଥଳୀ । ଏହି କାରଣରୁ ଶ୍ରୀଲଙ୍କା ସରକାର ପ୍ରତିବର୍ଷ ଏହି ସ୍ଥାନରୁ ବହୁତ ଲାଭବାନ ହୁଅନ୍ତି । ତେବେ ସବୁସ୍ଥାନରେ ରାବଣକୁ ଜଳା ଯାଉଥିବାବେଳେ ଭାରତର ଏହି ସ୍ଥାନରେ ରାବଣକୁ ପୂଜା କରିବା କଥା ସହଜରେ ବିଶ୍ୱାସ ହୁଏନି । କିନ୍ତୁ ଲୋକ ବିଶ୍ୱାସ ପାଇଁ ହିଁ ଏଠାକାର ଲୋକମାନେ ରାବଣକୁ ପୂଜା କରନ୍ତି ।

ଦଶହରା ସନ୍ଧ୍ୟାରେ ସମଗ୍ର ଦେଶରେ ରାବଣକୁ ଜଳା ଯାଉଥିବାବେଳେ ମନ୍ଦସୌରରେ ରାବଣର ପୂଜା କରାଯାଏ । ମନ୍ଦସୌର ଠାରେ ଥିବା ରୁଣ୍ଡି ଅଞ୍ଚଳରେ ରାବଣର ଏକ ପ୍ରତିମା ମଧ୍ୟ ଅଛି ଯାହାକୁ ପୂଜା କରାଯାଏ । ଏଠାରେ ଲୋକମାନେ ଫୁଲମାଳ ଅର୍ପଣ କରି ରାବଣକୁ ପୂଜା କରନ୍ତି । ମନ୍ଦସୌର ବ୍ୟତୀତ ଆହୁରି ଅନେକ ସ୍ଥାନ ଅଛି ଯେଉଁଠାରେ ରାବଣ ପୂଜା କରାଯାଏ । ଭାରତ ବ୍ୟତୀତ ଶ୍ରୀଲଙ୍କାରେ ମଧ୍ୟ ଅନେକ ସ୍ଥାନ ଅଛି ଯେଉଁଠାରେ ରାବଣକୁ ପୂଜା କରାଯାଏ ।

Spread the love