ଜାଣନ୍ତୁ ସୋରିୟାସିସ୍ ସମସ୍ୟା କ’ଣ ? କିପରି ଏହାର ଚିକିତ୍ସା କରିବେ

ବର୍ତ୍ତମାନ ସମୟରେ ବିଶ୍ୱରେ ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଥିବା ପାଇଁ ମିଳୁଛି । ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାର ଅନେକ କାରଣ ରହିଛି । ଯେପରି ଆମ ଖରାପ ଲାଇଫ୍‌ ଷ୍ଟାଇଲ ଓ ବାହାରର ଖାଦ୍ୟ ଯୋଗୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବା ପାଇଁ ମିଳୁଛି । ଏହି ସବୁ ମଧ୍ୟରେ ସୋରିୟାସିସ୍‌ ଏକ ବଡ ସମସ୍ୟା ଭାବେ ସାମ୍ନାକୁ ଆସିଛି । ତେବେ ସୋରିୟାସିସ୍ ହେଉଛି ଏକ ଚର୍ମ ସମ୍ବନ୍ଧୀୟ ସମସ୍ୟା । ଅନେକ ଥର ଟ୍ରାଡିସନାଲ ମେଡିସିନ୍‌ ଅତ୍ୟଧିକ ସେବନ କରିବା ଯୋଗୁ ସ୍କିନ୍‌ ପୂରା ଖରାପ ହୋଇଯାଏ ଏବଂ ଏହାର ଚିକିତ୍ସା କରିବା ବହୁତ କଷ୍ଟକର ହୋଇଯାଏ । ତେବେ ଏହାର କାରଣ ହେଉଛି ଲୋକେ ଯେଉଁ ମେଡିସିନ୍‌ ସେବନ କରୁଛନ୍ତି, ସେଥିରେ ଷ୍ଟେରୋଏଡ୍‌ ଅଧିକ ବ୍ୟବହାର କରାଯାଏ । ଗତ କିଛି ବର୍ଷ ମଧ୍ୟରେ ସୋରିୟାସିସ୍ ରୋଗ ଅନେକ ବୃଦ୍ଧି ପାଇଛି ।

କେବଳ ଦିଲ୍ଲୀ AIIMS ର ପଲିକ୍ଲିନିକରେ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ୩୦୦୦ ମାମଲା ସାମ୍ନାକୁ ଆସିଛି । ଏହା ସହ ସପ୍ତାହରେ ଥରେ ଏହି କ୍ଲିନିକ୍ ଅନୁଷ୍ଠିତ ହୋଇଥାଏ । OPD ରେ ମଧ୍ୟ ଏହି ସମସ୍ୟାରେ ପିଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସୋରିୟାସିସ୍ ରୋଗୀଙ୍କୁ ଡ୍ରିପ୍ରେସନ୍‌ ଓ ଚିନ୍ତା ମଧ୍ୟ ପ୍ରଭାବିତ କରିବାର ଅନେକ ସମ୍ଭାବନା ରହିଛି । ସୂଚନା ଅନୁସାରେ, ଏବେ ମଧ୍ୟ ଏହାର ରିସର୍ଚ୍ଚ ଚାଲିଛି । ଶୀତ ଦିନ ଆସିବା ମାତ୍ରେ ସୋରିୟାସିସ୍ ସମସ୍ୟା ବଢିବାକୁ ଲାଗିଥାଏ । ଏହା ସହ କେବଳ ଭାରତରେ ପ୍ରାୟ ୧ କୋଟି ଲୋକ ଏହାକୁ ନେଇ ଚିନ୍ତିତ ଅଛନ୍ତି । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହି ସମସ୍ୟା ବିଷୟରେ କିଛି ବିଶେଷ କଥା ଜାଣାଇବୁ ।

ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ :
ଡାକ୍ତରଙ୍କ ଅନୁସାରେ, ସୋରିୟାସିସ୍ ହେବାର କୌଣସି ଏକ କାରଣ ରହିନଥାଏ । ଏହା ଏକ କ୍ରନିକ୍ ସ୍କିନ୍‌ ଡିଜିଜ୍‌ ହୋଇଥାଏ । ତେଣୁ ଏହାର ଚିକିତ୍ସା ମଧ୍ୟ ବହୁତ ସମୟ ଧରି କରାଯାଇଥାଏ । ଶରୀରରେ ଯେକୌଣସି ଅଂଶରେ ଏହାର ପ୍ରଭାବ ପଡିପାରେ । ଶରୀରରେ ଲାଲ ରଙ୍ଗର ହୋଇଯାଇଥାଏ । ଏପରି ପରିସ୍ଥିତିରେ ଯଦି ଶରୀରରେ ଲାଲ୍ ରଙ୍ଗ ଅନେକ ସମୟ ପର୍ଯ୍ୟନ୍ତ ଦେଖିବା ପାଇଁ ମିଳେ, ତେବେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ସେମାନଙ୍କ ସହିତ ଏହି ସମସ୍ୟାକୁ ନେଇ ପରାମର୍ଶ ନେବା ଉଚିତ୍ । କାରଣ ଏହି ସମସ୍ୟାକୁ ସହଜରେ ଚିହ୍ନଟ କରାଯାଇପାରିବ ନାହିଁ । ଏହା ବ୍ୟତୀତ ଯଦି ଏପରି ସମସ୍ୟ ଆପଣଙ୍କ ଶରୀରରେ ହୋଇଥାଏ, ତାହେଲେ ଭୁଲରେ କୌଣସି ମେଡିସିନ୍‌ କିମ୍ବା କ୍ରିମ୍ ବ୍ୟବହାର କରନ୍ତୁ ନାହିଁ ।

ସୋରିୟାସିସ୍ ଏକ ଜେନେଟିକ୍ ରୋଗ କି?
ଡାକ୍ତରଙ୍କ ମତଅନୁସାରେ, ଫ୍ୟାମିଲି ହିଷ୍ଟ୍ରି ବା ଜେନେଟିକ୍ କାରଣରୁ ସୋରିୟାସିସ୍ ରୋଗ ଭଳି ସମସ୍ୟା ହୋଇପାରେ । ତେବେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କୁହାଯାଏ ଯେ ଯଦି ପରିବାରର କୌଣସି ସଦସ୍ୟାଙ୍କୁ ଏହି ରୋଗ ହୋଇଥାଏ, ତେବେ ଏହା ଅନ୍ୟମାନଙ୍କୁ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ । ତଥାପି, ଅନେକ ବିଶେଷଜ୍ଞ ଏହାକୁ ଏକ ଜେନେଟିକ୍ ରୋଗ ବୋଲି ବିବେଚନା କରିବାକୁ ମନା କରନ୍ତି । କୁହାଯାଏ ସୋରିୟାସିସ୍ ଚିକିତ୍ସା ସମ୍ଭବ ହୋଇଥାଏ । ଏହାର ଅଧିକାଂଶ ମାମଲା ୨୦ ରୁ ୩୦ ବର୍ଷ ବୟସର ଲୋକଙ୍କଠାରେ ଦେଖାଯାଏ ।

ସୋରିୟାସିସ୍ ପ୍ରତି ଧ୍ୟାନ ଦିଅନ୍ତୁ :
ଡାକ୍ତରମାନେ କହିଛନ୍ତି ଯେ ଯଦି ଲିଭର ଠିକ୍‌ ରହିଥିବ, ତାହେଲେ ସୋରିୟାସିସ୍ ସମସ୍ୟାରୁ ବଞ୍ଚିପାରିବେ । ମଦ୍ୟପାନ, ସିଗାରେଟ୍ ଟାଣୁଥିବା ଏବଂ ମୋଟାପଣ ଥିବା ଲୋକମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ଏହି ରୋଗ ପାଇଁ ଅନେକ ପ୍ରକାରର ଚିକିତ୍ସା ଅଛି । ସେହି ସବୁ ଚିକିତ୍ସା ମଧ୍ୟରେ ସୂର୍ଯ୍ୟ କିରଣ ମଧ୍ୟ ଏକ ପ୍ରକାରର ଥେରାପି ହୋଇଥାଏ । ସେହି ରୋଗୀଙ୍କୁ ସୂର୍ଯ୍ୟକିରଣରେ ଦେଖାଇ ଏହି ରୋଗ ଭଲ ହୋଇଯାଏ ବୋଲି ମଧ୍ୟ କୁହାଯାଏ । ତେବେ ଏହି ସମସ୍ୟାକୁ ନେଇ ଅନେକ ପ୍ରକାରର ରିସର୍ଚ୍ଚ ମଧ୍ୟ କରାଯାଉଛି ।

Spread the love