ଚର୍ଚ୍ଚାରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ

ଚର୍ଚ୍ଚାରେ ସୁଡରଗଡଳ ବିଧାୟିକା କୁସୁମ ଟେଟେ । କଥାଟା ହେଉଛି, ଲୁପ୍ତ ହୋଇଯାଉଥିବା ଆମ ସଂସ୍କୃତି, ପରମ୍ପରା ଏବଂ ଚାଲିଚଳଣକୁ ନେଇ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ସମ୍ମୁଖ ରାସ୍ତାରେ ପଥୋତ୍ସବ ସଦୃଶ୍ୟ ଖୁଏଲ ଯାତ୍ରା-୨୦୨୦ ଆୟୋଜନ କରିଥିଲେ । ଯାହାକୁ ବିଧାୟିକା କୁସୁମ ଟେଟେ ଉଦଘାଟନ କରିବା ସହ ରାସ୍ତାରେ ନୃତ୍ୟ କରିଥିଲେ । ତେବେ ପିଲାମାନେ ବିଧାୟିକାଙ୍କୁ ପାଖରେ ପାଇ ତାଙ୍କ ନୃତ୍ୟର ତାଳେ ତାଳେ ସେମାନେ ମଧ୍ୟ ନାଚି ବେଶ୍ ଖୁସି ଅନୁଭବ କରିଥିଲେ । ଏହାସହ ବିଧାୟିକାଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ । ଯାହାର ଭିଡିଓକୁ ନେଇ ଚର୍ଚ୍ଚା ହେଉଛି ।

ପଶ୍ଚିମ ଓଡିଶାର ସଂସ୍କୃତି ପରମ୍ପରା ଓ ଚାଲିଚଳଣ ସହ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ସମ୍ବଲପୁରୀ ନାଚ-ଗୀତ ସହ ବେଙ୍ଗଲୀ, ଗୁଜରାତି, ପଞ୍ଜାବୀ ଆଦି ନୃତ୍ୟ ଛାତ୍ରଛାତ୍ରୀ ପରିବେଷଣ କରିଥିଲେ | ପଥୋତ୍ସବ ଭଳି ଏହି ଖୁଏଲ ଯାତ୍ରାକୁ ଉଦଘାଟନ କରିଥିଲେ ସୁନ୍ଦରଗଡ ବିଧାୟିକା ।

କୁସୁମ ଟେଟେ ଏହାକୁ ଉଦଘାଟନ କରିବା ସହ ଛାତ୍ରଙ୍କ ସହ ମିଶି ନୃତ୍ୟ କରିଥିଲେ । ଆଦିବାସୀ ଗୀତର ତାଳେ ତାଳେ ପାଦ ପକାଇ ନାଚିଥିଲେ ବିଧାୟିକା । ରାସ୍ତା ଉପରେ ବିଧାୟିକାଙ୍କ ନୃତ୍ୟ ସହ ବିଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା ଖୁଏଲ ଯାତ୍ରାର ଦ୍ୱିତୀୟ ସଂସ୍କରଣରେ ସୁନ୍ଦରଗଡର ବହୁ ଲୋକ ସାମିଲ ହୋଇଥିଲେ ।

Spread the love