ସ୍ବାମୀଙ୍କୁ ହତ୍ୟା କରି ବନ୍ଧା ହେଲା ସ୍ତ୍ରୀ

ସ୍ବାମୀଙ୍କୁ ହତ୍ୟା କରି ବନ୍ଧା ହେଲା ସ୍ତ୍ରୀ। ବୟଫ୍ରେଣ୍ଡ ସହ ଫେରାର ହେବାକୁ ଷଡ଼ଯନ୍ତ୍ର ରଚିଥିଲା ସ୍ତ୍ରୀ। ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଢାବା ରୋଷେୟା ହତ୍ୟାର ପର୍ଦ୍ଦାଫାସ। ୧୬ ତାରିଖରେ ସାଇପ୍ରିୟା ନଗର ୧୦ମ ଲେନ ଢାବାରେ ରୋଷେୟା ଭାବେ କାମ କରୁଥିବା ବିନୟ ପାଳଙ୍କୁ ରାତିରେ ନିର୍ମମ ହତ୍ୟା କରାଯାଇଥିଲା।

ଚାନ୍ଦିଲି ଥାନା ପୋଲିସ ଏକ ହତ୍ଯା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହତ୍ୟାର ୨୪ ଘଣ୍ଟା ମଧ୍ୟରେ ପୋଲିସ ତଦନ୍ତ କରି ହତ୍ୟା ପଛରେ ବିନୟଙ୍କ ସ୍ତ୍ରୀଙ୍କ ହାତ ଥିବା ଜାଣିବାକୁ ପାଇଥିଲା। ବିନୟଙ୍କ ପତ୍ନୀଙ୍କ ବୟଫ୍ରେଣ୍ଡକୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ହତ୍ୟା କରିଥିବା ସ୍ବୀକାର କରିଥିଲା। ହତ୍ୟାରେ ବ୍ୟବହୃତ ଏକ ମଟର ସାଇକଲ ସକଅବଜର ରଡ଼କୁ ପୋଲିସ ଜବତ କରିଛି। ଗିରଫ ପରେ ଉଭୟଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।
Spread the love