ଶୀତକାଳୀନ ଅଧିବେଶନ ଆରମ୍ଭ, ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ । ଆରମ୍ଭରୁ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି, ପୂର୍ବତନ ଉପମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାଶ ଓ ଯୁଧିଷ୍ଠିର ସାମନ୍ତରାୟଙ୍କ ବିୟୋଗରେ ୨ ମିନିଟ୍ ଶୋକ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ଲାନସ ହାବିଲଦାର ସରୋଜ ଦାସ ଓ ପୂର୍ବତନ କନେଷ୍ଟବଳ ପ୍ରକାଶ ସିଆଲଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଡିସେମ୍ବର ୩୦ ତାରିଖ ଯାଏ ଚାଲିବ ବିଧାନସଭା ଶୀତ ଅଧିବେଶନ । ଚଳିତ ଅଧିବେଶନରେେ ରହିବ ମୋଟ୍ ୩୦ଟି କାର୍ଯ୍ୟଦିବସ । ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହେବ ବିଧାନସଭାରେ ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । ସରକାର କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରିବାକୁ ଉଦ୍ୟମ କରିବେ । ନିର୍ବାଚନକୁ ପ୍ରାୟ ୪-୫ ମାସ ବାକି ରହିଛି । ତେଣୁ ଚଳିତ ଅଧିବେଶନ ଉପରେ ସାରା ରାଜ୍ୟର ନଜର ରହିଛି ।

Spread the love