ରସଗୋଲା ପାଇଁ ହଣାକଟା: ୬ ଗୁରୁତର ଆହତ

ଆଗ୍ରା: ଆପଣ ଅନେକ ସମୟରେ ଶୁଣିଥିବେ ଯେ ଡିଜେ ସହ ଯୌତୁକକୁ ନେଇ ବରଯାତ୍ରୀ ଓ କନ୍ୟା ଘର ମଧ୍ୟରେ ଝଗଡା ହୋଇଥାଏ | କିନ୍ତୁ ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ଏଠାରେ ଏକ ବିବାହ ସମାରୋହରେ ରସଗୋଲା ଖାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଝଗଡା ହୋଇଥିଲା। ରବିବାର ବିଳମ୍ବିତ ରାତିରେ ଆଗ୍ରାର ସମଶାବାଦ ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ବିବାହ କାର୍ଯ୍ୟକ୍ରମରେ ରସଗୋଲାକୁ ନେଇ ଦୁଇ ଦଳ ମଧ୍ୟରେ ସଂଘର୍ଷ ଘଟିଥିବା ପୁଲିସ କହିଛି। ଯେଉଁଥିରେ ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ପୁଲିସ କହିଛି ଯେ ସମଶାବାଦର ନୟାବନ୍ସ ରୋଡରେ ଥିବା ସନ୍ତୋଷୀ ମାତା ମନ୍ଦିର ନିକଟରେ ଏକ ବିବାହ ଭୋଜି ଚାଲିଥିଲା, ଯେଉଁଥିରେ ରସଗୋଲା ଖାଇବାକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ମିଳିଥିବା ସୂଚନା ମୁତାବକ ବିବାହ ଭୋଜି ଚାଲିଥିବାବେଳେ ବରପକ୍ଷର ଜଣେ ବ୍ୟକ୍ତି ରସଗୋଲା ଆଉ ନାହିଁ ବୋଲି କହି କଟାକ୍ଷ କରିଥିଲେ | ଏହାକୁ ନେଇ କନ୍ୟାପକ୍ଷର କିଛି ଲୋକ ବିରୋଧ କରିଥିଲେ | ଏହାପରେ ବିବାଦ ବଢ଼ିବାରେ ଲାଗିଥିଲା | ବରପକ୍ଷ ଓ କନ୍ୟାପକ୍ଷର ଲୋକଙ୍କ ମଧ୍ୟରେ ରସଗୋଲା ଖାଇବାକୁ ନେଇ ଝଗଡା ହୋଇଥିଲା | ଏହି ଘଟଣାରେ ଭଗବାନ୍ ଦେବୀ, ଯୋଗେଶ, ମନୋଜ, କୈଳାସ, ଧର୍ମେନ୍ଦ୍ର ଏବଂ ପୱନ ନାମକ ବ୍ୟକ୍ତି ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଏବେ ଏହି ଘଟଣାର ତଦନ୍ତ କରାଯାଉଛି | ଉଲ୍ଲେଖ ଥାଉ କି ଯେ ଗତ ବର୍ଷ ଅକ୍ଟୋବରରେ, ଉତ୍ତରପ୍ରଦେଶର ଏତମାଦପୁରରେ ଏକ ବିବାହରେ ରସଗୋଲା ଅଭାବକୁ ନେଇ ମଧ୍ୟ ଝଗଡା ହୋଇଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

Spread the love