ପ୍ରଥମ କରି ଝିଅ ସହ ସ୍କ୍ରିନ ସେୟାର କରିବେ ଶାହରୁଖ ଖାନ୍

ମୁମ୍ବାଇ: ବଲିଉଡର କିଙ୍ଗ୍ ଶାହାରୁଖ ଖାନ ନିଜର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡଙ୍କି’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥି ସହିତ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ତାଙ୍କର ଡେବ୍ୟୁ ଫିଲ୍ମ ‘ଦି ଆର୍କିଜ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ବର୍ତ୍ତମାନ ଉଭୟଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ସେମାନେ ଉତ୍ସାହିତ ହେବେ ନିଶ୍ଚୟ।

ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶାହାରୁଖ ଏବଂ ସୁହାନାଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ଜାତୀୟ ଗଣମାଧ୍ୟମର  ରିପୋର୍ଟ ଅନୁଯାୟୀ, ଖୁବ ଶୀଘ୍ର ବଡ଼ ପରଦାରେ ବାପା ଏବଂ ଝିଅଙ୍କ ଯୋଡିଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ। କୁହାଯାଉଛି ଯେ, ସୁଜୟ ଘୋଷ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଏବଂ ଏହା ଏକ ଆକ୍ସନ୍ ଫିଲ୍ମ ହେବ।

ତେବେ ‘ଡଙ୍କି’ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ଡିସେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମର ଟିଜର ରିଲିଜ୍ ପରେ ଏହାକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି। ଫିଲ୍ମ ‘ଯବାନ’ର ସଫଳତା ପରେ ଏବେ ‘ଡଙ୍କି’ ଉପରେ ରହିଛି ସମସ୍ତଙ୍କ ନଜର। ବର୍ଷ ଆରମ୍ଭରୁ ବଲିଉଡର କିଙ୍ଗ ଶାହରୁଖ ଖାନ୍ ‘ପଠାନ’ ଓ ‘ଯବାନ’ ଭଳି ବ୍ଲକବଷ୍ଟର ଫିଲ୍ମ ଦେଇଥିବା ବେଳେ ଏବେ ‘ଡଙ୍କି’ର ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହରୁଖ, ବିକି କୌଶଲ, ତାପସୀ ପନ୍ନୁ ଓ ବମନ ଇରାନୀ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ ଓ ନିର୍ମାଣ କରିଛି ରେଡ୍ ଚିଲିଜ୍।

Spread the love