କଟକ ବାଲିଯାତ୍ରାରେ ଦର୍ଶକଙ୍କୁ ଗାଇଡ କରିବ ଆମବାଲିଯାତ୍ରା ଆପ୍‌, ଗୁଗୁଲ ପ୍ଲେ ଷ୍ଟୋରରୁ କରିପାରିବେ ଡାଉନଲୋଡ୍‌

କଟକର ପ୍ରସିଦ୍ଧ ବାଲିଯାତ୍ରା ମେଳା ଦେଖିବା ପାଇଁ କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରୁ ମଧ୍ୟ ଦର୍ଶକ ଆସିଥାନ୍ତି । ମେଳାରେ ଭିଡ ମଧ୍ୟ ଅସମ୍ଭବ ପ୍ରକାର ହୋଇଥାଏ । ଯାତ୍ରୀମାନଙ୍କୁ ମେଳାରେ ଗାଇଡ କରିବାକୁ ପ୍ରଥମ ଥର ପାଇଁ ‘ଆମବାଲିଯାତ୍ରା ଆପ୍‌’ ପ୍ରସ୍ତୁତ ହୋଇଛି । ଏହାକୁ ଯାତ୍ରୀ ‘ଗୁଗୁଲ ପ୍ଲେ ଷ୍ଟୋର’ ରୁ ଡାଉନଲୋଡ କରିପାରିବେ । ଏହି ଆପକୁ ପ୍ରସ୍ତୁତ କରିଛନ୍ତି କଟକ ନୂଆଗାଁ ଅଞ୍ଚଳର ସୂର୍ଯ୍ୟ ନାରାୟଣ ବାରିକ । ଏହି ଆପକୁ କଟକ ମହାନଗର ନିଗମ ଓ କମିଶନରେଟ ପୋଲିସ ମଧ୍ୟ ଅନୁମୋଦନ କରିଛନ୍ତି । ଏହି ଆପ୍‌ ବାଲିଯାତ୍ରା ଦେଖିବାକୁ ଆସୁଥିବା ନୂଆ ଦର୍ଶକ ଓ ବାହାର ରାଜ୍ୟର ଲୋକଙ୍କୁ ଏହି ଐତିହାସିକ ମୁକ୍ତାକାଶ ମେଲା ବୁଲିବାରେ ଓ ଏଠାରୁ ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରିବାରେ ସହାୟତା କରିବ ।

ଏହି ଆପ ଦ୍ୱାରା ଜଣେ ଦର୍ଶକ କଟକ ବାଲିଯାତ୍ରା ସମ୍ପର୍କରେ ସବୁ ପ୍ରକାର ଡାଟା (ଖବର) ଜାଣିପାରିବ । ଯାହାକି ତାଙ୍କୁ ଯାତ୍ରା ବୁଲିବାରେ ଓ କିଣାକିଣି କରିବାରେ ସହାୟକ ହୋଇପାରିବ । ଏହି ଆପରେ ବାଲିଯାତ୍ରାର ଲୋକେସନ, ପାର୍କିଂ ସ୍ଥାନ, ମନୋରଂଜନ କାର୍ଯ୍ୟକ୍ରମ, କିଣାବିକା ଠୁ ଆରମ୍ଭ କରି ସବୁ ପ୍ରକାର ସୂଚନା ମହଜୁଦ ରହିଛି । ଏହି ‘ବାଲିଯାତ୍ରାଆପ୍‌’ ବାଲିଯାତ୍ରା ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ବା ନଭେମ୍ବର ୨୫ ତାରିଖରୁ କାର୍ଯ୍ୟକାରୀ କରିବ ବୋଲି ଜଣାଯାଇଛି ।

Spread the love