ମଣିପୁରରେ ବିବାହ କରିବା ପରେ ଭୋଜି ପ୍ରସ୍ତୁତି ପାଇଁ ପତ୍ନୀଙ୍କ ସହ ମୁମ୍ବାଇ ଫେରିଆସିଲେ ରଣଦୀପ ହୁଡ୍ଡା

ମୁମ୍ବାଇ: ନଭେମ୍ବର ୨୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା।  ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ମଣିପୁରରେ ବିବାହ କରିଛନ୍ତି ବୋଲି ସୂଚନା ରହିଛି। ମଣିପୁରରେ ବିବାହ କରିସାରିବା ପରେ ଏବେ ପତ୍ନୀଙ୍କୁ ନେଇ ମୁମ୍ବାଇରେ ପହଞ୍ଚିଛନ୍ତି ରଣଦୀପ ହୁଡ୍ଡା। ‌ଏବେ ଏହି ଦମ୍ପତି ଏକ ‘ଗ୍ରାଣ୍ଡ୍‌ ରିସେପ୍‌ସନ’ର ଆୟୋଜନ କରୁଛନ୍ତି। ଏହି କା‌ରଣରୁ ଦମ୍ପତି ମୁମ୍ବାଇ ଫେଣି ଆସିଥିବା ସୂଚନା ରହିଛି। ନିକଟରେ ସେ ଦୁହିଁଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି। ଦୁହେଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ହସି ହସି ଫଟୋ ପୋଜ୍‌ ବି ଦେଇଥିଲେ। ରଣଦୀପ ସଂପୂର୍ଣ୍ଣ ଧଳା ରଂଗର ପୋଷାକ ପିନ୍ଧିଥିବା ବେଳେ ନାଲି ରଂଗର ସାଲ୍‌ୱାର୍‌ ସୁଟ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲେ ଲିନ୍‌। ଭାଇରାଲ୍‌ଭୟାନି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହି ନବବିବାହିତ ଯୋଡ଼ିଙ୍କ ଭିଡିଓ ‌ପୋଷ୍ଟ୍‌ ହେବା ପରେ ପ୍ରଶଂସକମାନେ ତାଙ୍କୁ ଖୁବ୍‌ ଭଲପାଇବା ଓଜାଡ଼ି ଦେଉଛନ୍ତି। ସେମାନଙ୍କୁ ପ୍ରଶଂସକମାନେ ଶୁଭେଚ୍ଛା ଦେବାରେ ଲାଗିଛନ୍ତି।

ଲିନ୍ ଏବଂ ରଣଦୀପ ଅନେକ ବର୍ଷ ହେବ ପରସ୍ପରଙ୍କୁ ଡେଟ୍‌ କରୁଥିଲେ। ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇ ସେମାନେ ନିଜ ସଂପର୍କକୁ ଆନୁଷ୍ଠାନିକ କରିଛନ୍ତି। ବଡ଼ ଆକାରରେ ବିବାହ ନକରି ରଣଦୀପ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ଅତୀତରେ ଅଭିନେତା ବିବାହର ନିମନ୍ତ୍ରଣ କାର୍ଡ ସେୟାର କରି ସୂଚନା ଦେଇଥିଲେ। ମଣିପୁରୀ ପୋଷାକ ପିନ୍ଧି ମଣିପୁରର ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଛନ୍ତି।

Spread the love