ଭାରତର ପ୍ରତ୍ୟେକ ନାଗରିକ ହିନ୍ଦୁ -ମୋହନ ଭାଗବତ

ଉତ୍ତର ପ୍ରଦେଶର ବରେଲୀ ରୁହେଲଖଣ୍ଡ ବିଶ୍ୱବିଦ୍ୟାଳୟରେ “ଭବିଷ୍ୟର ଭାରତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଦୃଷ୍ଟିକୋଣ” ଶୀର୍ଷକ ଉପରେ ବ୍ୟାଖ୍ୟାନ ଦେଇଛନ୍ତି ମୋହନ ଭାଗବତ । ଏହି ଅବସରରରେ ସେ ଅନେକ ପ୍ରସଙ୍ଗ ଉପରେ ନିଜର ଖୋଲା ମତ ରଖିଥିଲେ । ସେ ଏହି କାର୍ଯ୍ୟକ୍ରମରେ ସମ୍ୱିଧାନରୁ ଆରମ୍ଭ କରି ହିନ୍ଦୁତ୍ୱ ଉପରେ ନିଜର ମତ ରଖିଛନ୍ତି । 

ସେ କହିଛନ୍ତି ସମ୍ବିଧାନ ଆମକୁ କହୁଛି ଯେ ଭାବନାତ୍ମକ ଏକୀକରଣ ଆଣିବା ପାଇଁ ଚେଷ୍ଠା କରିବା ଦରକାର । କିନ୍ତୁ ଭାବନା କ’ଣ ? ଏହି ଭାବନା ହେଉଛି-ଏହି ଦେଶ ଆମର, ଆମେ ଆମର ମହାନ ପୂର୍ବଜଙ୍କ ବଂଶଜ ଏବଂ ଆମକୁ ଆମର ବିବିଧତା ମଧ୍ୟରେ ଏକ ସଙ୍ଗରେ ରହିବାକୁ ହେବ । ଏହାକୁ ହିଁ ଆମେ ହିନ୍ଦୁତ୍ୱ କହୁଛୁ । 

ଭାଗବତ କହିଛନ୍ତି, ଯେତେବେଳେ ଆରଏସଏସର କର୍ଯ୍ୟକର୍ତ୍ତା କହୁଛନ୍ତି ଯେ ଏହି ଦେଶ ହିନ୍ଦୁଙ୍କ ଏବଂ 130 କୋଟି ହିନ୍ଦୁ ଅଟନ୍ତି, ତେବେ ଏହାର ଅର୍ଥ ଏହା ନୁହେଁ ଯେ ଆମେ କାହାର ଧର୍ମ, ଭାଷା ଏବଂ ଜାତିକୁ ପରିବର୍ତ୍ତନ କରିବାକୁ ଚାହୁଁଛୁ । ଆମେ ସମ୍ୱିଧାନରୁ ବାହାରେ ଅନ୍ୟ କିଛି କ୍ଷମତାର କେନ୍ଦ୍ର ଚାହୁଁନୁ କାରଣ ଆମେ ଏହା ଉପରେ ବିଶ୍ୱାସ କରୁଛୁ । 

ଜନସଂଖ୍ୟା ନିୟନ୍ତ୍ରଣ ଅନୁସାରେ ଦୁଇ ପିଲାର ଆଇନକୁ ଆରଏସଏସର ସମର୍ଥନର ଖବରକୁ ନେଇ ଭାଗବତ କହିଛନ୍ତି, ଅନେକ ସ୍ଥାନରେ ଏହା ପ୍ରକାଶିତ କରାଯାଇଥିଲା ଯେ ମୁଁ ସମସ୍ତଙ୍କୁ ଦୁଇଟି ପିଲା ଜନ୍ମ କରିବାକୁ କହିଥିଲି କିନ୍ତୁ ମୁଁ ଏପରି କିଛି କହି ନ ଥିଲି । ମୁଁ କହିଥିଲି ଜନସଂଖ୍ୟା ସମସ୍ୟା ସହ ସଂଶାଧନ ମଧ୍ୟ ରହିଛି, ଏହି କାରଣରୁ ଏହି ସମ୍ବନ୍ଧରେ ଏକ ନୀତି ପ୍ରସ୍ତୁତ କରାଯିବା ଦରକାର । ସେ କହିଛନ୍ତି ଯେ ସରକାରଙ୍କ ନୀତି ନିର୍ଧାରଣ କରିବ ଯେ ଜଣେ ବ୍ୟକ୍ତିକୁ କେତେ ପିଲା ଦରକାର ।

Spread the love